ସର୍ବଭାରତୀୟ ମା’ବାସୁଳି କପ କ୍ରିକେଟ ପାଇଁ ପ୍ରସ୍ତୁତି ବୈଠକ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍) : ଆଞ୍ଚଳିକ ଯୁବ ପରିଷଦ ହାଟଡିହି ପକ୍ଷରୁ ଦ୍ୱିତୀୟ ବାର୍ଷିକ ସର୍ବଭାରତୀୟ ମା’ ବାସୁଳି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମଠ କପୁଣ୍ଡି ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ଏହି ବୈଠକରେ ଚିତ୍ତରଞ୍ଜନ ପାତ୍ର, ଚିନ୍ମୟ ନାୟକ, ପଦ୍ମନାଭ ସାମଲ, ବିଶ୍ୱନାଥ ନାୟକ, ବିଜୟ କୁମାର ମଲ୍ଲିକ, ନିରାକାର ଜେନା, ବଳରାମ ଜେନା, ଦାଶରଥି ଦେବତା, ମନମୋହନ ଜେନା, ମାନସ ଜେନା, ମନୋରଞ୍ଜନ ଜେନା,ସୁଶାନ୍ତ ଜେନା, ବିପିନି ଜେନାଙ୍କ ସମେତ ଆସନ୍ତା ଜାନୁୟାରୀ ୫ତାରିଖରୁ ୧୨ତାରିଖ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ନିଷ୍ପତି ନେଇଛନ୍ତି । ପ୍ରଥମ ବର୍ଷର ସଫଳ ଆୟୋଜନ ପରେ ଚଳିତବର୍ଷ ଏହି ସର୍ବଭାରତୀୟ ଟୁର୍ଣ୍ଣାମେଣ୍ଟରେ କିପରି ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ଭଲ ଭଲ ଦଳ ଭାଗେନେବେ ତାହା ଉପରେ ଆଲୋଚନା କରାଯାଇଥିଲା ।


