ସର୍ବାଧିକ ଭୋଟରେ ବିଜୟୀ ସରପଞ୍ଚ

ହାଟଡିହି, (ବିକାଶ ବିଶ୍ୱାଳ ) :ଚଳିତ ପଞ୍ଚାତ ନିର୍ବାଚନରେ ହାଟଡିହି ବ୍ଲକର ବାଲିବରେଇ ପଞ୍ଚାୟତର ସରପଞ୍ଚ ହରପ୍ରୀୟା ଦଣ୍ଡପାଟ ସର୍ବାଧିକ ଭୋଟରେ ବିଜୟୀ ହୋଇଛନ୍ତି । ସେ ୩୫୨୭ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କମଳା ଜେନା ମାତ୍ର ୬୯୮ଖଣ୍ଡ ଭୋଟ ପାଇଥିଲେ । ଫଳରେ ହରପ୍ରୀୟା ରେକର୍ଡ ସଂଖ୍ୟକ ୨୮୨୯ଖଣ୍ଡ ଭୋଟରେ କମଳାଙ୍କୁ ପରାସ୍ତ କରିଛନ୍ତି । ଯାହାକି ବ୍ଲକରେ ସର୍ବାଧିକ ବୋଲି ଚର୍ଚ୍ଚା ହେଉଛି । ସେହିପରି ଢ଼େଙ୍କା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୁବାସିନି ସେଠୀ ଦ୍ୱିତୀୟ ସର୍ବାଧିକ ଭୋଟ ପାଇଥିବା କୁହାଯାଉଛି । ସେ ୩୬୪୦ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିଟକତମ ପ୍ରତିଦ୍ୱନ୍ଦୀ ସୁରେଖା ଜେନା ମାତ୍ର ୧୫୮୩ ଭୋଟ ପାଇଛନ୍ତି । ଫଳରେ ସୁବାସିନୀ ୨୦୫୭ଖଣ୍ଡ ଭୋଟରେ ସୁରେଖାଙ୍କୁ ପରାସ୍ତ କରିଛନ୍ତି । ସେହିପରି ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପ୍ରଶାନ୍ତ କୁମାର ରାଉତ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ୮୯୩ଖଣ୍ଡ ଭୋଟରେ ପରାସ୍ତକରି ତୃତୀୟ ବୃହତ ବ୍ୟବଧାନରେ ବିଜୟୀ ହୋଇଛନ୍ତିି । ସେ ୨୪୦୨ଖଣ୍ଡ ଭୋଟ ପାଇଥିବାବେଳେ ଶଶାଙ୍କ ଶେଖର ପୁହାଣ ୧୫୦୯ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ପନ୍ଦାଡୋ ପଞ୍ଚାୟତର ସଶ୍ମିତା ଓଝା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ରଞ୍ଜିତା ଘଡେଇଙ୍କୁ ୮୬୮ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ସଶ୍ମିତା ଓଝା ୧୬୭୯ଖଣ୍ଡ ଭୋଟ ପାଇଥିବାବେଳେ ରଞ୍ଜିତା ୮୧୧ଖଣ୍ଡ ଭୋଟ ପାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ