୨୯ ଥର ରକ୍ତଦାନ କରି ଉଦାହରଣ ପାଲଟିଲେ ପତ୍ରକାର ଶକ୍ତିଧର

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ)ପେଷା ସାମ୍ବାଦିକତା, ହେଲେ ନିଶା କିନ୍ତୁ ସମାଜ ସେବା । ଜଣେ ସମାଜସେବୀ ଭାବେ ଦକ୍ଷିଣ ଓଡିଶାରେ ବେଶ ପରିଚିତ ଥିବା ସ୍ୱତନ୍ତ୍ର ସମ୍ବାଦଦାତା ଭାବେ ଘରେ ଘରେ ପରିଚିତ ଶକ୍ତିଧର ରାଜଗୁରୁ ଓରଫ ଲୁନା ଭାଇ । ବୟସକୁ ଦେଖିଲେ ସେ ଆଜି ଯାଏଁ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଗୁଡିକରେ ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଛନ୍ତି ସେ । ସ୍ବେଚ୍ଛାକୃତ ଭାବେ ନିଜେ ଉପସ୍ଥିତ ରହି ରକ୍ତା ଭାବ ସମସ୍ୟାକୁ ଦୂର କରିବା ପାଇଁ ବହୁ ସମୟରେ ସ୍ୱତଃ ଭାବେ ସେ ଉଦ୍ୟମ ଆରମ୍ଭ କରିଛନ୍ତି । ଛାତ୍ରାବାସ ସମୟରୁ ଗୋଟିଏ ୟୁନିଟ ରକ୍ତରେ କିଭଳି ତିନି ଜଣଙ୍କ ଜୀବନ ବଞ୍ଚା ଯାଇପାରିବ ସେ ନେଇ ସେ ଜନ ସଚେତନତା ସୃଷ୍ଟି କରୁଛନ୍ତି । ଆଜି ଯାଏଁ ସେ ସମୁଦାୟ ୨୯ ଥର ରକ୍ତ ଦାନ କରି ନିଜ ଶରୀରକୁ ଫିଟ ରଖିବା ସହ ରକ୍ତଦାନ କରି ନିଜକୁ ଫିଟ ରଖିବା ସହ ଅନ୍ୟର ମୂଲ୍ୟବାନ ଜୀବନକୁ ବଞ୍ଚାଇବା ପାଇଁ ସେ ସର୍ବତ୍ର ସଚେତନ କରାଉଛନ୍ତି । ସେହିଭଳି ଯୁବ ସମାଜ ପାଇଁ ଏକ ଆଇକନ ପାଲଟିବା ସହ ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଯୁବ ସମାଜରେ ଏକ ଆହ୍ୱାନ ଦେଇଥିବା ନେଇ ସାଧାରଣରେ ସେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ତାଙ୍କରି ଏହି ଉଦ୍ୟମକୁ ସାଧାରଣରେ ଭୁୟସୀ ପ୍ରଶଂସା ମିଲିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ