ସହଦ ଭଗବତ ସିଂ ଡ଼୍ରିଗ୍ରୀ ମହାବିଦ୍ୟାଳୟରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ
ଗଂଜାମ, (ବିନୋଦ ପଲାଇ) :-ଗଂଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମର ସହୀଦ ଭଗବତ ସିଂ ଡ଼ିଗ୍ରୀ ମହାବିଦ୍ୟାଳୟରେ ତା ୦୭/୦୪/୨୦୨୨ ରିଖ ଅର୍ଥାତ ଗୁରୁବାର ଦିନ କଲେଜ୍ ଅଧ୍ୟକ୍ଷା ଶ୍ରୀମତି ମିନତୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଆୟୋଜିତ କରା ଯାଇଥିଲା ଏଥିରେ ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୌମ୍ୟକାନ୍ତ ମହାପାତ୍ର ଉପସ୍ଥିତ ହୋଇ ସାମ୍ପ୍ରତିକ ସମାଜରେ ସ୍ୱାସ୍ଥ୍ୟର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରି ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କୁ ସଚେତନା ମୂଳକ ପଦକ୍ଷେପ ଗୁଡ଼ିକ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଅଧ୍ୟାପକ ଶ୍ରୀ ଲିଙ୍ଗରାଜ ସାହୁ, ଆନନ୍ଦ ଗୌଡ଼, ବସନ୍ତ ଗୌଡ଼, ଏନ ଏସ ଏସ ର ପ୍ରୋଗ୍ରାମ୍ ଅଫିସର ଆଖଣ୍ଡଳମଣି ବେହେରା, ଦେବୀ ପ୍ରସାଦ ପଟ୍ଟନାୟକ, ଜୟନ୍ତି ବେହେରା ଯୁବ ରେଡ଼କ୍ରସ ସଂଯୋଜିକା ଏଡ଼୍ ପଦ୍ମାବତୀ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ମାଧମରେ ଛାତ୍ରଛାତ୍ରୀଙ୍କୁ ସୁନ୍ଦର ସୁସ୍ଥ ସ୍ୱାସ୍ଥ୍ୟ ଗଠନ ସମ୍ବନ୍ଧୀୟ ବିଭିନ୍ନ ଉପଦେଶ ପ୍ରଦାନ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଶେଷ କରାଯାଇଥିଲା ।