ସହରର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ, ଜିଲ୍ଲାପାଳଙ୍କୁ ଭେଟିଲେ ଓକିଲ ସଂଘ ସମେତ ଅନ୍ୟାନ୍ୟ ସଂଘର କର୍ମକର୍ତ୍ତା

ଛତ୍ରପୁର, ( ଯୁଗାବ୍ଦ ନୁୂ୍ୟଜ୍) : ସ୍ଥାନୀୟ ସହରର ବିକାଶ ଏବଂ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଶନିବାର ଅପରାହ୍ନ ୨.୩୦ରେ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଛତ୍ରପୁର ଓକିଲ ସଂଘ ସମେତ ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତା ମନେ ଭେଟି ଆଲୋଚନା କରିଥିଲେ । ସହରର ସାମୁହିକ ବିକାଶ ଦିଗରେ ଅଣ୍ଟା ଭିଡିଥିବା ଓକିଲ ସଂଘକୁ ସହରର ବ୍ୟବସାୟୀ ସଂଘ ଏବଂ ଅନ୍ୟାନ୍ୟ ସଂଘ ସମର୍ଥନ ଜଣାଇ ଆଗେଇ ଆସିଛନ୍ତି । ଛତ୍ରପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବାକୁ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରିବା, ଉପଖଣ୍ଡ ଚିକିତ୍ସାଳୟ ରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ଏବଂ ଲୋୟର ବସଷ୍ଟାଣ୍ଡକୁ ଘରୋଇ ଏବଂ ସିଟିବସ୍ ଗୁଡିକ ଚଳାଚଳ କରିବା ପ୍ରମୁଖ ପ୍ରସଙ୍ଗ ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଥିଲା । କେନ୍ଦ୍ରୀୟ ବିଦ୍ୟାଳୟ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନର ଯାହା ପଦକ୍ଷେପ ନେବା କଥା ତାହା ନେଉଛି । ଭୁବନେଶ୍ୱର ଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ତେବେ ସେମାନେ ଏହାର ବର୍ତ୍ତମାନ ସ୍ଥିତି ସଂକ୍ରାନ୍ତରେ ଜଣାଇବେ ବୋଲି ଜିଲ୍ଲାପାଳ କହିଥିଲେ । ସେହିପରି ରାଜ୍ୟରେ ଡାକ୍ତରଙ୍କ ଘୋର ସମସ୍ୟା ରହିଛି । ତଥାପି ଏହି ସଂକ୍ରାନ୍ତରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ସେହିପରି ଲୋୟର ବସଷ୍ଟାଣ୍ଡକୁ ବସ୍ ଚଳାଚଳ ପାଇଁ ଏକ ତ୍ରିପାକ୍ଷିକ ବୈଠକର ଆଲୋଚନା କରିବା ପରେ ଏହାର ସମାଧାନ ହେବ ବୋଲି ଓକିଲ ସଂଘର ସଦସ୍ୟ ମାନଙ୍କୁ ଜିଲ୍ଲାପାଳ କହିଥିଲେ । ଛତ୍ରପୁର ସହରର ବିଭିନ୍ନ ସମସ୍ୟା ସଂପର୍କରେ ଜିଲ୍ଲାପାଳଙ୍କ ଆଲୋଚନା ବେଳେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀ ଏବଂ ଛତ୍ରପୁର ଉପଜିଲ୍ଲାପାଳ ପ୍ରୀୟ ରଂଜନ ପୃଷ୍ଟି ଏବଂ ଓକିଲ ସଂଘର ସଭାପତି କେ.ଶିବରାମ ରେଡ୍ଡି, ନାଗରିକ କମିଟିର ସଭାପତି ଗୋକୁଳ ଚନ୍ଦ୍ର ପଣ୍ଡା, ସଂପାଦକ ସୁଧୀର ସାହୁ, ବଡ ବଜାର ବଣିକ ସଂଘର ସଭାପତି ପ୍ରଫୁଲ ସେନାପତି, ସଂପାଦକ ସତ୍ୟନାରାୟଣ ସେନାପତି, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ, ଆଇନଜିବୀ ପ୍ରଦୀପ କୁମାର ପାଢୀ, ବି.ଶ୍ରୀନିବାସ, ଶିବ ପ୍ରସାଦ ସାହୁ ଓ ସୁରେଶ ପଟ୍ଟନାୟକ, ରାଜେନ୍ଦ୍ର ସେନାପତି, ତୁଷାରକାନ୍ତ ପାଣ୍ଡି, ବୁଲୁ ବେହେରା, ୍ର ବିଜ ୁଛାତ୍ର ଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ