ସହରୀ ଗରିବ ଆବାସ ସମ୍ପର୍କିତ ରାଜ୍ୟସ୍ତରୀୟ ସମ୍ମିଳନୀ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଜୟଦେବ ଭବନ ସଭାଗୃହରେ ସହଭାଗୀ ବିକାଶ ମଞ୍ଚ (ଏସ୍.ଭି.ଏମ୍) ଦ୍ୱାରା ଅନ୍ତର୍ନିବେଶୀ ସହରୀ ଗରିବ ଆବାସ ଶୀର୍ଷକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସହଭାଗୀ ବିକାଶ ମଞ୍ଚର ଆବାହକ ସଚ୍ଚିକାନ୍ତ ପ୍ରଧାନ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବ୍ୟାଖ୍ୟା କରିଥିଲେ । ଏହି ସମ୍ମିଳନୀର ଉଦ୍ଘାଟନ ସମାରୋହଯେ ବିଭିନ୍ନ ରାଜନୈତିକ ପ୍ରତିନିଧି ଯଥା ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା, ସିପିଆଇ (ଏମ୍) ସୁରେଶ ପାଣିଗ୍ରାହୀ, ବିଜେପିର ମୁଖପାତ୍ର ପୃଥ୍ୱୀରାଜ ହରିଚନ୍ଦନ, ସମାଜ ବିଜ୍ଞାନୀ ଶର୍ମିଳା ପଟ୍ଟନାୟକ ଯୋଗଦେଇ ଅନ୍ତର୍ନିବେଶୀ ସହରୀ ଗରିବ ଆବାସ ସମ୍ପର୍କରେ ସେମାନଙ୍କର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଆଇ.ଆଇ.ଇ.ସି.ର ନିର୍ଦ୍ଦେଶକ ଡ. ଶିଶିର କୁମାର ଦାସ । ସମ୍ମିଳନୀର ଦ୍ୱିଦୀୟ ପର୍ଯ୍ୟାୟରେ ତିନୋଟି ବିଷୟ ଉପରେ ଆଲୋଚନା କରାଯାଇଥିଲା । ଓଡ଼ିଶା ବସ୍ତିବାସିନ୍ଦା ଜମି ଅଧିକାର ଆଇନ୍ ୨୦୧୭ରେ ପୌର ନିଗମ ଗୁଡ଼ିକର ଦାୟିତ୍ୱ ତଥା ‘ଜାଗା ମିଶନ’ରେ ଜମି ପ୍ରଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ମୁଖ୍ୟତଃ ପୌର ନିଗମଗୁଡ଼ିକରେ ବସ୍ତିବାସିନ୍ଦାଙ୍କ ପାଇଁ ଜମି ଯୋଗାଇ ଦେବା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଏବଂ ଭିତ୍ତିଭୂମିର ନିର୍ମାଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସମ୍ମଳିତ ଉଦ୍ୟମ କରିବା ଆବଶ୍ୟକ ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ । ଫୋକସ୍ ଓଡ଼ିଶାର ଆବାହକ ସୁଦର୍ଶନ ଛୋଟରାୟ ପରି•ଳନା କରିଥିଲେ । ବସ୍ତି ଉନ୍ନୟନ ପରିଷଦ ତରଫରୁ ରଞ୍ଜୁଲତା ମହାପାତ୍ର ବକ୍ତବ୍ୟ ରଖିଥିଲେ । ଉଠାଦୋକାନୀମାନଙ୍କୁ ଉପଯୁକ୍ତ ଥଇଥାନ କରିବା, ଜୀବକା ପାଇଁ ଆର୍ଥିକ ସହାୟତା ପ୍ରଦାନ ଏବଂ ଟାଉନ୍ ଭେଣ୍ଡିଂ କମିଟିକୁ ପୂର୍ଣ୍ଣ କାର୍ଯ୍ୟକାରୀ କରିବା ସମ୍ପର୍କରେ ସହରାଞ୍ଚଳ ବିକାଶ ସଂସ୍ଥାର ଅତିରିକ୍ତ ନିର୍ଦ୍ଦେଶକ ଶାରଦା କୁମାର ପଣ୍ଡା, ହାଇକୋର୍ଟର ବରିଷ୍ଠ ଆଇନ୍ଜୀବୀ ସୁବାସ ଚନ୍ଦ୍ର ପୁଷ୍ପାଳକ ଏବଂ ୟଙ୍ଗ ଇଣ୍ଡିଆର ସଭାପତି ଏନ୍.ଏ. ଶାହା ଅନ୍ସାରୀ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ପରି•ଳନା କରିଥିଲେ ବରିଷ୍ଠ ସାମ୍ବାଦିକ ତଥା ନିଖିଳ ଉକ୍ରଳ କ୍ଷୁଦ୍ର ବ୍ୟବସାୟୀ ସଂଘର ଉପଦେଷ୍ଟା ମହେଶ୍ୱର ବଳ । ପରିବେଶ ଉପଯୋଗୀ ବାସଗୃହ ନିର୍ମାଣ ଉପରେ ଓଡ଼ିଶା ଗୃହ ମିଶନର ନିର୍ଦ୍ଦେଶକ ଡ. ସୁରେଶ ଚନ୍ଦ୍ର ଦଳାଇ ମତବ୍ୟକ୍ତ କରି କହିଲେ ଯେ, ସମସ୍ତ ଗରିବ ଲୋକଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ ସହରାଞ୍ଚଳ ଆବାସ ମିଶନ ପ୍ରତିଶ୍ରୁତିବଦ୍ଧ ଏବଂ ସାମାଜିକ ଅନୁଷ୍ଠାନ ଓ ଉପଭୋକ୍ତା ସମସ୍ତେ ଏକତ୍ର ବସି ସ୍ୱତନ୍ତ୍ର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କଲେ ଆମ୍ଭେ ଧାର୍ଯ୍ୟ ପୂରଣ କରିପାରିବୁ । ଅର୍ବାନ ପ୍ଲାନର ପିୟୁଷ ରଞ୍ଜନ ରାଉତ, ୱାଇଏସ୍ଡ଼ିର ସମ୍ପାଦକ ବିଭୂପ୍ରସାଦ ସାହୁ, ନାମେଶ କିଲ୍ସମେଟି ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ପରି•ଳନା କରିଥିଲେ ଲୋକ ବିକାଶର ମୁଖ୍ୟ ସେଖ୍ ଅବଦୁଲ ସଫିକ୍ । ଏହି କାର୍ଯ୍ୟକ୍ରମରେ ପ୍ରଫେସର ଯନ୍ତ୍ରଣା ପରୀକ୍ଷିତ, ସୁବାସ ପଣ୍ଡା, ଉଷାରାଣୀ ବେହେରା, ଜ୍ୟୋତ୍ସ୍ନା ଦାସ, ମଧୁସ୍ମିତା ବେହେରା, ଜୟନ୍ତୀ ସାହୁ, ଲାବଣ୍ୟରେଖା ରାଉତ, ଧୀରେନ୍ଦ୍ର ସ୍ୱାଇଁ, ମନୋଜ ସ୍ୱାଇଁ, ଯୋଗେନ୍ଦ୍ର ଡ଼ାକୁଆ, ପଞ୍ଚାନନ ନାୟକ, ପ୍ରଶାନ ବେହେରାଙ୍କ ସମେତ ପ୍ରାୟ ୪୦୦ରୁ ଉଦ୍ଧ୍ୱର୍ ପାଶ୍ୱର୍ ଉଠାଦୋକାନୀ, ବସ୍ତିବାସିନ୍ଦା ଏବଂ ଘରୋଇ ପରି•ରିକା ଯୋଗ ଦେଇଥିଲେ । ବସ୍ତିବାସିନ୍ଦାଙ୍କ ତରଫରୁ କୃଷ୍ଣପ୍ରିୟା ସାହୁ ତାଙ୍କର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସହଭାଗୀ ବିକାଶ ମଞ୍ଚର ସଭ୍ୟା ବିଜୟଲକ୍ଷ୍ମୀ ମହାପାତ୍ର ।


