ପୁର୍ବତନ ୱାର୍ଡ ସଭ୍ୟଙ୍କ ସ୍ମୃତିଚାରଣ ସଭା
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଘରପଦା ଗ୍ରାମର ପୂର୍ବତନ ୱାର୍ଡସଭ୍ୟ, ଯାତ୍ରା କଳାକାର ତଥା ଅମିନ ସ୍ୱର୍ଗତ ସଂଖାଳି ଖିଲାରଙ୍କ ଏକାଦଶାହକ୍ରିୟା ଅବସରେ ଘରପଦାସ୍ଥିତ ବାସଭବନରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଗୋଲକ ବିହାରୀ ସାହୁ, ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ବାରିକ, ବନ୍ତ କଲେଜର ପ୍ରାଧ୍ୟାପକ ଡଃ.ସୁଧାଂଶୁ ଶେଖର ନାୟକ, ଅବସରପ୍ରାପ୍ତ ଶିକ୍ଷକ ବାବାଜି ଚରଣ ଦଳେଇ, ଦୀନବନ୍ଧୁ ନାୟକ, ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ, ଶିକ୍ଷକ ନାରାୟଣ ଚନ୍ଦ୍ର ଲେଙ୍କା, ଶିକ୍ଷକ ରତିକାନ୍ତ ବେହେରା, ସରପଞ୍ଚ ଅଶୋକ କୁମାର ମହାନ୍ତି, ପଞ୍ଚାନନ ସାହୁ, ଗୋପବନ୍ଧୁ ସାହୁ, ହରିହର ଜେନା, କୃଷ୍ଣ ଚନ୍ଦ୍ର ସାହୁ, ଶିକ୍ଷକ କୈଳାସ ଚନ୍ଦ୍ର ଚଢେଇ ପ୍ରମୁଖ ଦେଇ ସ୍ୱର୍ଗତ ଖିଲାର ଜଣେ ଶିକ୍ଷାପ୍ରେମୀ, ସମାଜସେବୀ ତଥା ଅମିନ ଭାବରେ ଆଖପାଖ ଅଞ୍ଚଳରେ ବେଶ ପରିଚିତ ଥିଲେ । ଚାଟଶାଳି ପାଠ ପଢିଥିଲେ ମଧ୍ୟ ପରିମାର୍ଜିତ ଭାଷା ଯୋଗୁଁ ସେ ସମସ୍ତଙ୍କ ପାଖରେ ଆଦୃତ ହୋଇପାରିଥିଲେ ବୋଲି କହିଥିଲେ । ପ୍ରାରମ୍ଭରେ ବସନ୍ତ କୁମାର ମିଶ୍ର ବେଦପାଠ କରିବା ପରେ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ଗୌରାଙ୍ଗ ଚରଣ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ରାମଚନ୍ଦ୍ର ବେହେରା, ମଣିଭଦ୍ର ଖିଲାର, ସୁଶାନ୍ତ କୁମାର ପଲେଇ, ଅଂଶୁମାନ ଦାସ, ଭାସ୍କର ବାରିକ, ଧନେଶ୍ୱର ବେହେରା, ପ୍ରଶାନ୍ତ ଖିଲାର, ଅଜୟ କୁମାର ସାହୁ, ନବ କୁମାର ସାହୁଙ୍କ ସମେତ ଅନ୍ୟ ମାନେ ସହାୟତା କରିଥିଲେ ।


