ସହର ଆମର, ସ୍ୱଚ୍ଚ୍ଥତା ଆମ ଦାୟିତ୍ୱ : ଜିଲ୍ଲାପାଳ

ଯାଜପୁର, (ଯୁଗାବ୍ଦ ନ୍ୟୁଜ): ପ୍ରତ୍ୟେକ ବ୍ୟକ୍ତି ପାଇଁ ସୁସ୍ଥ ପରିବେଶ ଓ ସ୍ୱଚ୍ଚ୍ଥତା ଅତ୍ୟନ୍ତ ଜରୁରୀ ବୋଲି ଜିଲ୍ଳ୍ାପାଳ ରଂଜନ କୁମାର ଦାସ ମତବ୍ୟକ୍ତ କରିଚ୍ଥନ୍ତି । ଶନିବାର ପୂର୍ବାହ୍ନରେ ଯାଜପୁର ପୈାର ପ୍ରଶାସନ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ କୁସୁମା ହ୍ରଦ ନିକଟରେ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଦାସ କିଚ୍ଥି ବର୍ଷ ପୂର୍ବରୁ ଯାଜପୁର ଓ ଆଜିର ଯାଜପୁର ମଧ୍ୟରେ ଅନେକ ପଂରକ ଆସିଚ୍ଥି ବୋଲି କହିଥିଲେ । କୁସୁମା ହ୍ରଦ, ଚଉଡା ରାସ୍ତା, ବରାହ କ୍ଷେତ୍ରର ଉନ୍ନୟନ, କ୍ର୍ରୀଡା କ୍ଷେତ୍ରରେ ଭିତ୍ତିଭୂମୀର ସୁଦୃଢୀକରଣ, ମେଡିକାଲ କଲେଜ ପ୍ରତିଷ୍ଠା ସହ ଆକର୍ଷଣୀୟ ପ୍ରଶାସନିକ ଭବନ ନିର୍ମାଣର ମୂଳଦୁଆ ପଡିସାରିଚ୍ଥି । ଯାଜପୁର ଭବିଷ୍ୟତରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ଏକ ଶ୍ରେଷ୍ଠ କ୍ଷେତ୍ର ଭାବେ ପରିଗଣିତ ହେବ । ତେବେ ଏହାର କଳେବର ବୃଦ୍ଧି ସହ ପ୍ରତିଟି ଜନତାଙ୍କର ଚରିତ୍ର ବଦଳିବାର ଆବଶ୍ୟକତା ରହିଚ୍ଥି । ବର୍ଜ୍ୟ ବସ୍ତୁ ପରିଚାଳନା ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଚ୍ଥି । କିନ୍ତୁ ଆମ ଦାୟିତ୍ୱ ଏହାକୁ ସପାଂ ସୁତୁରା ରଖିବା । ନିଜେ ଅଳିଆ କରିବାନି କିମ୍ୱା କରିବାକୁ ଦେବାନିର ସଂପଳ୍ପ ନେବାକୁ ସେ ଆହ୍ୱାନ ଦେଇଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ କୁମାର ବେହେରା ମୋର ବୋଲି ଭାବି ପରିବେଶକୁ ପରିଷ୍କାର କଲେ ତାହା ଅଧିକ ଆକର୍ଷଣୀୟ ହେବ ବୋଲି କହିଥିଲେ । ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ସୁସ୍ଥ ଓ ସୁସ୍ଥତା ପାଇଁ ସମସ୍ତେ ଉତ୍ତରଦାୟୀ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସଭା ପରିଚାଳନା ସହ ସମସ୍ତଙ୍କୁ ସ୍ୱାଗତ ଓ ଶେଷରେ ସୁଚ୍ଚ୍ଥତା ଶପଥ ପାଠ କରାଇଥିଲେ । ପରେ ଜିଲ୍ଲାପାଳ ସଚେତନତା ଉଦ୍ଦେଶ୍ୟରେ ଏକ ବିଶାଳ ଶୋଭାଯାତ୍ରାର ଉଦ୍ଘାଟନ କରିଥିଲେ । ପ୍ରତ୍ୟୁଷରୁ ସହର ମଧ୍ୟରେ ଗାନ୍ଧିଜୀଙ୍କ ପ୍ରିୟ ଭଜନ ରାମଧୂନ ପରିବେଷଣ କରାଯାଇଥିଲା । ପୂର୍ବାହ୍ନରେ ଜିଲ୍ଲାପାଳ ତଥା ଯାଜପୁର ପୈାର ପରିଷଦର ପ୍ରଶାସକ ଶ୍ରୀ ଦାସ ପରିଷଦ ପରିସର ମଧ୍ୟରେ ଜାତୀୟ ପତାକା ଉତ୍ତୋଳନ, କର୍ମଚାରୀଙ୍କୁ ପୋଷାକ ବଣ୍ଟନ, ସହରରେ ଥିବା ବିଭିନ୍ନ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ କୁସୁମା ହ୍ରଦ ନିକଟରେ ବୃକ୍ଷ ରୋପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବେହେରା, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଳ୍ାପାଳ ଶ୍ରୀ ଧଳ, ପୂର୍ବତନ ପୈାରାଧ୍ୟକ୍ଷ ଭବ ପ୍ରସାଦ ଦାସ, ପୂର୍ବତନ ପାରିଷଦ ସନ୍ତୋଷ କୁମାର ମଲ୍ଲାକ, ଦୀପକ ଦାସ, ପୈାର ପରିଷଦର ଓ.ଏସ୍.ଡି. ସୁଦର୍ଶନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ପରେ ବର୍ଜ୍ୟ ବସ୍ତୁ ପରିଚାଳନା, ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଗଣପତିପୁର ଠାରେ ଗୋଷ୍ଠୀ କେନ୍ଦ୍ରର ଶୁଭ ଊଦ୍ଘାଟନ ମୁଖ୍ୟ ଅତିଥି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ