ସହାୟତାର ହାତ ବଢାଇଲା ମାନବସେବା ସଙ୍ଗଠନ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଜଣେ ଦୃଷ୍ଟିହୀନ ଛାତ୍ରଙ୍କୁ ପାଠ ପଢିବା ପାଇଁ ଭଦ୍ରକସ୍ଥିତ ମାନବସେବା ସଂଗଠନ ସହାୟତାର ହାତ ବଢାଇଥିବା ଜଣାଯାଇଛି । ରାଜପୁର ତିହିଡି ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ଦାସଙ୍କ ପୁତ୍ର କଳ୍ପତରୁ ଦାସ(୨୧) ଜନ୍ମରୁ ଦୃଷ୍ଟିହୀନ ଅଟନ୍ତି । ଏଥିସହ ପରିବାରରେ ତାଙ୍କ ମାଆ, ମାମୁଁ, ଜେଜେମା, ଜେଜେବାପା ସେମାନେ ମଧ୍ୟ ଜନ୍ମରୁ ଦୃଷ୍ଟିହୀନ ଅଟନ୍ତି । ଏପରିପେକ୍ଷୀରେ କଳ୍ପତରୁ ପାଠ ପଢି ସ୍ୱାବଲମ୍ବୀ ହେବାକୁ ଆଶା ପ୍ରକଟ କରିଛନ୍ତି । ମାତ୍ର ଏଥିରେ ଅର୍ଥ ବାଧକ ସାଜିଛି । ସେ ଏବେ ବିଜେବି ମହାବିଦ୍ୟାଳୟରେ ଯୁକ୍ତ ୩ ପ୍ରଥମ ବର୍ଷ ରାଜନୀତି ବିଜ୍ଞାନ ବିଭାଗରେ ପାଠ ପଢୁଛନ୍ତି । ହଷ୍ଟେଲରେ ଆଡମିଶନ ଓ ମାସିକ ଖଚ୍ଚ ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ । ଖବର ପାଇ ଭଦ୍ରକସ୍ଥିତ ମାନବସେବା ସଙ୍ଗଠନର ପ୍ରତିଷ୍ଠାତା ତଥା ସଭାପତି ସମ୍ବିତ କୁମାର ଜେନା, ଯୁଗ୍ମ ସଂପାଦକ କୀର୍ତ୍ତିକୃଷ୍ଣ ପାଳ, କୋଷାଧ୍ୟକ୍ଷ ନରେଶ ପାଳ, ଉପଦେଷ୍ଟା ବିଜୟ ବେହେରା କଳ୍ପତରୁଙ୍କ ଘରେ ପହଂଚି ସହାୟତା ପ୍ରଦାନ କରିବା ସହିତ ତାଙ୍କ ପାଠ ପଢିବା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।