ସହାୟତାର ହାତ ବଢାଇଲେ ଆଇନଜୀବି

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ଅଦାଲତ ପରିସରରେ ଟାଇପିଷ୍ଟ ଭାବରେ କାର୍ଯ୍ୟରତ ସୁନାଇଲୋ ଗ୍ରାମର ଉଦୟ ଚରଣ ମିଶ୍ରଙ୍କ ପୁଅ ଫକିର ଚରଣ ମିଶ୍ରଙ୍କ ଗୋଡଟି ଭାଙ୍ଗିଯାଇଥିବାରୁ ସେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅଛନ୍ତି । ଶୁକ୍ରବାର ବରିଷ୍ଠ ଆଇନଜୀବି ତଥା ବାଲିଯାତ୍ରା ମହୋତ୍ସବ କମିଟି ସଭାପତି ପ୍ରଦୀପ କୁମାର ଦାଶଙ୍କ ନେତୃତ୍ୱରେ ଓକିଲ ସୁରେନ୍ଦ୍ର ନାଥ ସାହୁ, ଚୈତନ୍ୟ ମଲ୍ଲିକ, ଗୋକୁଳାନନ୍ଦ ପରିଡା, ସୁବାଷ ରାଉତ, ଗଗନବିହାରୀ ଜେନା ପ୍ରମୁଖ ନିଜ ନିଜ ଭିତରେ ଅର୍ଥ ଆଦାୟକରି ସନ୍ଧ୍ୟାରେ ଡାକ୍ତରଖାନା ପରିସରରେ ଆହତ ଫକିରଙ୍କୁ ଭେଟି ୩ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏଥିସହିତ ଗରୀବ ଫକିରଙ୍କୁ ବାଦାନ୍ୟବ୍ୟକ୍ତିମାନେ ସହାୟତା ପ୍ରଦାନ କରିବାକୁ ସେମାନେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ