ସହାୟତାର ହାତ ବଢାଇଲେ ଜିଲ୍ଲାର ବିଭିନ୍ନ ଅଧିକାରୀ

ଗଞ୍ଜାମ(ଯୁଗାବ୍ଦ ନ୍ୟୁଜ)ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଙ୍କଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ମିଳିତ ଭାବରେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡକୁ ପ୍ରାଥମିକ ପର୍ଯ୍ୟାୟରେ ୩୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଗଲା। ଏପରିକି ଜିଲ୍ଲାରୁ ସାତ ଗୋଟି ଟ୍ରକରେ ରିଲିଫ୍ ସାମଗ୍ରୀ ପଠାଯିବ ବୋଲି ଛତ୍ରପୁର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଥିବା ବେଳେ ଜ଼ୀଲ୍ଲା ର ବିଭିନ୍ନ ବେସରକାରୀ ସଂସ୍ଥା, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଠାରୁ ଆରମ୍ଭ କରି କେତକ କଂପାନୀ ପକ୍ଷରୁ ମଧ୍ୟ ବାତ୍ୟା ପିଡ଼ିତା ମାନଙ୍କ ନିମନ୍ତେ ମହମବତୀ, ଚୁଡା,ଗୁଡ଼, ବିସ୍କୁଟ,ପାଣି ବୋତଲ ଏବଂ କିଛି ଆର୍ଥୀକ ସହାୟତା ରାଶି ପ୍ରଦାନ କରିଛନ୍ତି। ସେହିପରି ଛତ୍ରପୁର ଆର୍ଥଲେଟିକ ଆସୋସିଏସନ ପକ୍ଷରୁ ବାତ୍ୟା କ୍ଷତି ଅଞ୍ଚଳକୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ କୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜ଼ରିଆରେ ୨୧ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏଥିରେ ସମାଜସେବୀ ଏ.ରାବଣ। ରାଓ, ସୁବର୍ଣ୍ଣ ମାଳା ବିଷୋୟୀ,ସୁନିତା ପାତ୍ର, ଅନିତା ମିଶ୍ର, ସୁଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଛତ୍ରପୁର ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଯୋସଦା ଫାଉଣ୍ଡେସନ ପକ୍ଷରୁ ଏକ ହଜାର ପାଣି ବୋତଲ ଟ୍ରଷ୍ଟି ସାଗରିକ ପଣ୍ଡା ଙ୍କ ନେତୃତ୍ୱ ରେ ପ୍ରଦାନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ