ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଫେବ୍ରୁଆରୀ ୧୪ରେ ପୁଲୱାମାରେ ବୀର ଯବାନମାନେ ସହୀଦ ହୋଇଥିଲେ । ଓଡିଶାର ଦୁଇଜଣ ବୀର ମନୋଜ ବେହେରା ଓ ପ୍ରସନ୍ନ ସାହୁ ମଧ୍ୟ ଏଥିରେ ସହୀଦ ହୋଇଥିଲେ । ଆଜି ଏହି ସହିଦମାନଙ୍କ ଉଦ୍ଦେଶ୍ୟରେ ଏକ ବିଶାଳ ଶ୍ରଦ୍ଧାଞ୍ଜଳି ସଭା ମାଷ୍ଟର କ୍ୟାଣ୍ଟିନ ଗୋଲେଇ ଛକଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ଅଧ୍ୟକ୍ଷତାରେ ଶାନ୍ତି ଫାଉଣ୍ଡେସନ୍‌, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଦିଶା, ଓଡିଶା ସମାଜସେବୀ ମହାସଂଘ, ୟୁଥ୍ ଗ୍ରୁପ୍ ଚାରିଟେବୁଲ୍ ଟ୍ରଷ୍ଟ, ବାରତ ମହାସଂଘ ଅଟୋ ଡ୍ରାଇଭର ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ବହୁ ଯୁବକ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ସହିଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଅଧ୍ୟକ୍ଷ ସ୍ମୃତିଚାରଣ ପୁର୍ବକ ମତ ରଖିଥିଲେ । ଏସିପି ବିଷ୍ଣୁ ପ୍ରସାଦ ପାତ୍ର, ଯୁବ ନେତା ଅମରେଶ ଜେନା, ବିଜୟ ପରିଡା, ବାପୁ ଓଝା, କିଶନ ବରାଇ, ବିଜୟ ପରିଡା, ଅରବିନ୍ଦ ତ୍ରିପାଠୀ, ସଞ୍ଜୟ ପରିଡା, ଡ. ଅସିତ୍ ଦାସ, ଧିରେନ୍ ରାଉତରାୟ, ବିନ୍ଦାସ ଚିନୁ, ଦୀପକ ବାରିକ, ଅନୀଲ ସାହୁ, ଶିବ ଶଙ୍କର ଡାକୁଆ, ସିତାଂଶୁ ମହାରଣା, ମାନଓ ସାହୁ ପ୍ରମୁଖ ଯୋଗଦେଇ ଦେଶର ଯବାନମାନଙ୍କ ଉପରେ ଉଦ୍‌ବୋଧନ ଦେଇଥିଲେ । ଏହି ମହତ କାର୍ଯ୍ୟକ୍ରମକୁ ସମସ୍ତେ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ