ସହିଦଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର : ଗତବର୍ଷ ଫେବୃୟାରୀ ୧୪ ତାରିଖରେ ଫୁଲୱାମାରେ ବୀର ଯବାମାନେ ସହୀଦ ହୋଇଥିଲେ । ଏହି ଦିନଟିକୁ ମନେ ପକାଇ ଦେଶ ପାଳୁଛି ସହିଦ ଦିବସ । ସହିଦ ଯବାନ ମାନଙ୍କ ମଧ୍ୟରେ ଓଡ଼ିଶାର ଦୁଇଜଣ ବୀର ଯବାନ ମନୋଜ ବେହେରା ଏବଂ ପ୍ରସନ୍ନ ସାହୁ ମଧ୍ୟ ସହୀଦ ହୋଇଥିଲେ । ଆଜି ଏହି ସହୀଦମାନଙ୍କ ଉଦ୍ଦେଶ୍ୟରେ ଏକ ବିଶାଳ ଶ୍ରଦ୍ଧାଞ୍ଜଳି ସଭା ମାଷ୍ଟର କ୍ୟାଣ୍ଟିନ ଗୋଲେଇ ଛକଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ଅଧ୍ୟକ୍ଷତାରେ ଶାନ୍ତି ଫାଉଣ୍ଡେସନ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, କଳ୍ପନାଛକ ଟୋକା ସଂଘ, ଦିଶା, ଓଡ଼ିଶା ସମାଜସେବୀ ମହାସଂଘ, ୟୁଥ୍ ଗ୍ରୁପ୍ ଚାରିଟେବୁଲ ଟ୍ରଷ୍ଟ, ଭାରତ ମହାସଂଘ ଅଟୋ ଡ଼୍ରାଇଭର ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ବହୁ ଯୁବକ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ସହଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଅଧ୍ୟକ୍ଷ ସ୍ମୃତିଚାରଣ ପୂର୍ବକ ମତ ରଖିଥିଲେ । ଏସିପି ବିଷ୍ଣୁ ପ୍ରସାଦ ପାତ୍ର, ଯୁବନେତା ଅମରେଶ ଜେନା, ବିଜୟ ପରିଡ଼ା, ବାପୁ ଓଝା, କିଶନ ବରାଇ, ଅରବିନ୍ଦ ତ୍ରିପାଠୀ, ସଞ୍ଜୟ ପରିଡ଼ା, ଡ. ଅସିତ ଦାସ, ଧୀରେନ ରାଉତରାୟ, ବିନ୍ଦାସ ଚିନୁ, ଦୀପକ ବାରିକ, ବିଶିଷ୍ଟ ସମାଜସେବୀ ବିଶ୍ୱଜିତ୍, ନିରଞ୍ଜନ ସାହୁ, ଅନୀଲ ସାହୁ, ଶିବ ଶଙ୍କର ଡ଼ାକୁଆ, ସୀତାଂଶୁ ମହାରଣା, ମାନସ ସାହୁ ପ୍ରମୁଖ ଯୋଗଦେଇ ଦେଶର ଯବାନମାନଙ୍କ ଉପରେ ଉଦ୍ବୋଧନ ଦେଇଥିଲେ । ଏହି ମହତ୍ କାର୍ଯ୍ୟକ୍ରମକୁ ସମସ୍ତେ ସ୍ୱାଗତ କରିଥିଲେ ।


