ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ଗଂଜାମ, (ବିନୋଦ ପଲାଇ) :-ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟରେ ଆନୁକୁଲ୍ୟ ରେ ଵିଶ୍ଵ ଜନସଂଖ୍ୟା ଦିବସ ପାଳିତ ହୋଇଛି । YRC & NSS ମିଳିତ ଆନୁକୂଲ୍ୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜ ଅଧକ୍ଷା ଶ୍ରୀମତୀ ମିନତୀ ପଟ୍ଟନାୟକ ଅଧକ୍ଷତା କରିଥିଲେ । ଜନସଂଖ୍ୟା ବୃଦ୍ଧିଜନିତ ସମସ୍ୟା କୁ ଦୃଷ୍ଟିରେ ରଖି ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନର ବିଭାଗୀୟ ମୂଖ୍ୟ ଅଧ୍ୟାପକ ଶ୍ରୀ ଲିଙ୍ଗରାଜ ସାହୁ, ଶିକ୍ଷା ବିଭାଗ ର ଅଧ୍ୟାପକ ବସନ୍ତ କୁମାର ଗୌଡ଼ ଯୋଗଦେଇ ଜନସଂଖ୍ୟା ର ଦୃତଗତିର କାରଣ ଓ ନିରାକରଣ ସଂପର୍କରେ ବିବରଣୀ ମାନ ପ୍ରଦାନ କରି ଲୋକଙ୍କୁ ସଜାଗ ଅବା ସଚେତନତା କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । କାର୍ଯ୍ୟକ୍ରମରେ ଭାଗ ନେଇଥିବା ଅଧ୍ୟାପକ ଓ ଅଧ୍ୟୀପିକା ମାନେ ନିଜ ନିଜର ମତାମତ ପ୍ରଦାନ କରିଥିଲେ । ଶେଷରେ ଣଜଉ କାଉସିଲର ଦ୍ୱିତୀୟ ବୃହତ ଜନସଂଖ୍ୟା ଦେଶ ଭାରତର ଜନସଂଖ୍ୟା ଵୃଦ୍ଧିଜନିତ ସମସ୍ୟା ର ବିଭିନ୍ନ ତଥ୍ୟ ମାନ ଉପସ୍ଥାପନା କରି କାର୍ଯ୍ୟକ୍ରମ ଶେଷରେ ଧନ୍ୟଵାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ