ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟ ରେ ପୁରୁଷ ହକି ବିଶ୍ବକପ୍ ୨୦୨୩ ନିମନ୍ତେ ପ୍ରସ୍ତୁତ
ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ୍ ସ୍ଥିତ ଖଣ୍ଡଦେଉଳି ଗ୍ରାମର ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟ ରେ ପୁରୁଷ ହକି ବିଶ୍ବକପ୍ ୨୦୨୩ ନିମନ୍ତେ ପ୍ରସ୍ତୁତ ସଭା ଓ ରାଲି ରେ ଯୁବ ରେଡକ୍ରସ୍ ଏବଂ ଜାତୀୟ ସେବା ଯୋଜନା ର ମିଳିତ ଆନୁକୁଲ୍ୟରେ ଏକ ସଚେତନତା ରାଲି ଗ୍ରାମ ପରିକ୍ରମା କରିଥିଲେ। ଏହି ରାଲି ରେ କଲେଜ୍ ଅଧ୍ଯକ୍ଷା ଶ୍ରୀମତୀ ମିନତୀ ପଟ୍ଟନାୟକଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ଇତିହାସ ବିଭାଗ ର ବିଭାଗୀୟ ମୁଖ୍ଯ ଆନନ୍ଦ ଗୌଡ, ରାଜନୀତି ବିଭାଗ ର ବିଭାଗୀୟ ମୁଖ୍ଯ ଲିଙ୍ଗରାଜ ସାହୁ, ଶିକ୍ଷା ବିଭାଗ ର ବିଭାଗୀୟ ମୁଖ୍ଯ ବସନ୍ତ କୁମାର ଗୌଡ଼, ଯୁବ ରେଡକ୍ରସ୍ ଅଧିକାରିଣୀ ଏନ୍. ପଦ୍ମାବତୀ, ଜାତୀୟ ସେବା ଯୋଜନା ର ଅଧିକାରୀ ଆଖଣ୍ଡଳମଣି ବେହେରା, ଦେବୀ ପ୍ରସାଦ ପଟ୍ଟନାୟକ, ଜୟନ୍ତୀ ବେହେରା ଓ କିରାଣୀ ତ୍ରିନାଥ ପ୍ରଧାନ ଏବଂ ଅନ୍ଯାନ୍ଯ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସାହାର୍ଯ୍ୟ ଓ ସହଯୋଗ କରିଥିଲେ। ହକି ଖେଳ ପ୍ରତି ଛାତ୍ରଛାତ୍ରୀଙ୍କୁ ଅନୁଭୁକ୍ତି ହେବା ପାଇଁ ଉତ୍ସାହିତ କରିଥିଲେ। କଲେଜ୍ ପରିସର ମଧ୍ଯ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଚିତ୍ରାଙ୍କନ ଓ ରଙ୍ଗୋଲି ପ୍ରତି ଯୋଗିତା ମଧ୍ଯ ହୋଇଥିଲା। ହକି ବିଶ୍ବକପ୍ କୁ ସ୍ମରଣୀୟ କରିବା ପାଇଁ ସଚେତନତା ରାଲି ରେ ଛାତ୍ରଛାତ୍ରୀ ବ୍ଯାନର୍ ଧରି ଗ୍ରାମ ପରିଭ୍ରମଣ କରିଥିଲେ। ହକି ର ବ୍ଯାପକ ପ୍ରଚାର ଓ ପ୍ରସାର ସହିତ ଜନସାଧାରଣଙ୍କ ମଧ୍ଯ ରେ ବାଣ୍ଟିବା ପାଇଁ ଛାତ୍ରଛାତ୍ରୀ ବିଭିନ୍ନ ନାରା ମାଧ୍ୟମରେ ଲୋକ ଙ୍କୁ ଆପ୍ୟାୟିତ କରିଥିଲେ।