ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟ ରେ ୭୪ତମ ସାଧାରଣତନ୍ତ୍ର ଦିବସ ମହାସମାରୋହ
ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ୍ ସ୍ଥିତ ଖଣ୍ଡଦେଉଳି ଗ୍ରାମ ର ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟ ରେ ୭୪ତମ ସାଧାରଣତନ୍ତ୍ର ଦିବସ ମହାସମାରୋହ ରେ ପାଳନ କରାଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ରାମଚନ୍ଦ୍ର ନାୟକ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ।ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।ଏଠାରେ ଉପସ୍ଥିତ ଅନ୍ୟାନ୍ୟ ମୁଖ୍ୟ ଅତିଥି ନିକଟସ୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ହେଡ୍ ମାଷ୍ଟର ଶ୍ରୀଯୁକ୍ତ ଶଙ୍କର ନାରାୟଣ ବେଜ,ଜୁନିଅର କଲେଜ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିବାକର ସ୍ୱାଇଁ,ସହିଦ ଭଗତ ସିଂ ଡିଗ୍ରୀ କଲେଜ ର ଅଧ୍ୟକ୍ଷା ଶ୍ରୀମତୀ ମିନତୀ ପଟ୍ଟନାୟକ ଏବଂ ଉପସ୍ଥିତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଦେଶ ର ଉନ୍ନତି ଓ ପ୍ରଗତି ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ଉଦ୍ ବୋଧନ ମୂଳକ ବାଣୀ ବକ୍ତବ୍ୟ ମାଧ୍ୟମ ରେ ଶୁଣାଇ ଥିଲେ।ଏହି ଦିନ ମା ବିଦ୍ୟା ଦାୟିନୀ ସରସ୍ଵତୀ ଙ୍କ ପୂଜା ହେତୁ ଛାତ୍ର ଛାତ୍ରୀ ମହା ଆଡମ୍ବର ସହ ମା ଙ୍କୁ ପୂଜା ଅର୍ଚ୍ଚନା କରି ପୁଷ୍ପାଞ୍ଜଳି ଦେଇ ପ୍ରସାଦ ସେବନ କରି ନିଜ ନିଜ ଗୃହ କୁ ପ୍ରସ୍ଥାନ କରିଥିଲେ।ପୂଜା ରେ ଡିଗ୍ରୀ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ଙ୍କ ସାହାଯ୍ୟ ସହଯୋଗ ରେ କାର୍ଯ୍ୟକ୍ରମ ଟି ସାଫଲ୍ୟ ମଣ୍ଡିତ ହୋଇଥିଲା।