ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟର ରକ୍ତଦାନ ଶିଵିର
ଗଂଜାମ, (ବିନୋଦ ପଲାଇ):ଗଂଜାମ ବ୍କକ୍ ସ୍ଥିତ ଖଣ୍ଡଦେଉଳି ଗ୍ରାମର ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟ ସହଯୋଗ କ୍ରମେ ହାଇସ୍କୁଲ ପରିସରରେ ଗତ ତା ୧୬/୦୨/୨୩ ରିଖ ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ନିକଟସ୍ଥ ଖଣ୍ତଦେଉଳି ହାଇସ୍କୁଲରେ ଚାଲିଥିବା ଜୁନିଅର୍ ରେଡକ୍ରସ୍ ର ତିନି ଦିନିଆ ପ୍ରଶିକ୍ଷଣ ଶିବିର ର ସହଯୋଗ କ୍ରମେ ଆମ ଡିଗ୍ରୀ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ର ଆନୁକୁଲ୍ୟ ରେ ଆୟୋଜିତ ରକ୍ତଦାନ ଶିଵିର ଟି କଲେଜ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ପଟ୍ଟନାୟକଙ୍କ ଅନୁମିତ କ୍ରମେ କଲେଜ ର କେତୋଟି ପୂର୍ଵତନ ଛାତ୍ରଙ୍କ ସମେତ ଅନ୍ଯାନ୍ୟ ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକାଓ କର୍ମଚାରୀ ବୃନ୍ଦ ରକ୍ତଦାନ କରି ଶିବିର କୁ ସାଫଲ୍ଯ ମଣ୍ଡିତ କରିଥିଲେ । ଏଥିରେ ଖଣ୍ତଦେଉଳି ଗ୍ରାମ ସହ ନିକଟସ୍ଥ କେତୋଟି ଗ୍ରାମର ଗ୍ରାମ୍ୟ ବ୍ୟକ୍ତିମାନେ ମଧ୍ୟ ରକ୍ତଦାନ କରିଥିଲେ । ପ୍ରାୟ ୫୦ ୟୁନିଟ୍ ରକ୍ତ ସଂଗ୍ରହ କରିବା ପାଇଁ ଭଞ୍ଜ ନଗର ବ୍ଳଡ୍ ବ୍ୟାଙ୍କପକ୍ଷରୁ କର୍ମଚ଼ାରୀ ମାନେ କାର୍ଯ୍ୟରତ ଥିଲେ। ଏହି ଶିବିର ରେ ଜୁନିୟର କଲେଜର ଅଧ୍ୟାପକ ଅଭିମନ୍ୟୁ ସାହୁ ,ଶାରୀରିକ ଶିକ୍ଷକ ବିକ୍ରମ୍ ସାର୍ ଏବଂ ଡ଼ିଗ୍ରୀ କଲେଜ୍ ର ଶ୍ରୀଯୁକ୍ତ ଲିଙ୍ଗରାଜ ସାହୁ ଙ୍କ ସମେତ ଯୁବ ରେଡକ୍ରସ୍ ସଂଯୋଜିକା ଏନ୍ ପଦ୍ମାବତୀ ରକ୍ତଦାନ ଶିବିର ର କମିଟି ରୂପେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।