ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟ ରେ ଜାତୀୟ ପାଠ୍ୟଚକ୍ର
ଗଂଜାମ, (ବିନୋଦ ପଲାଇ):ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟ ରେ ଇଂରାଜୀ ବିଭାଗ ର ଅନୁକୂଲ୍ୟରେ ଏକ ଜାତୀୟ ପାଠ୍ୟଚକ୍ର ଗତ ୨୩-୩-୨୩ ତାରିଖ ଦିନ ମହା ଆଡମ୍ବର ସହ ଅନୁଷ୍ଠିତ ହୋଇଥିଲା । ଏଥିରେ ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମିନତୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପାଠଚକ୍ର ଟି ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ସମସ୍ତ ଅତିଥି ମାନେ ନିଜ ନିଜ ଵିଷୟ ଉପସ୍ଥାପନା କରିଥିଲେ । ଆସାମ ର ତେଜପୁର ବିଶ୍ୱ ବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରଫେସର ବିଜୟ କୁମାର ଦନ୍ତା,ଡୀନ ହୁମାନୀଟିସ ପ୍ରଫେସର ଶ୍ରୀମତୀ ଫରିନା ଦନ୍ତା, ବ୍ରହ୍ମପୁର ବିଶ୍ୱବିଦ୍ଯାଳୟର ଇଂରାଜୀ ବିଭାଗ ର ଅବସର ପ୍ରାପ୍ତ ପ୍ରଫେସର ବଳଭଦ୍ର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ପାଠ୍ୟଚକ୍ର ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ | ମହାବିଦ୍ୟାଳୟ ଅଧ୍ୟାପକ ଶ୍ରୀ ଲିଙ୍ଗରାଜ ସାହୁ, ଶ୍ରୀ ଆନନ୍ଦ ଗୌଡ଼, ଶ୍ରୀ ବସନ୍ତ ଗୌଡ଼, ଶ୍ରୀ ଆଖଣ୍ଡଳମଣି ବେହେରା, ଶ୍ରୀ ଦେବୀପ୍ରସାଦ ପଟ୍ଟନାୟକ, ଅଧ୍ୟାପିକା ଶ୍ରୀମତୀ ଜୟନ୍ତୀ ବେହେରା, ଶ୍ରୀମତୀ ଏନ୍ ପଦ୍ମାବତୀ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଙ୍କ ସାହାର୍ଯ୍ୟ ଓ ସହଯୋଗ କ୍ରମେ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଶେଷରେ ସହିଦ୍ ଭଗତ ସିଂ ଜୁନିଅର କଲେଜ ର ଇଂରାଜୀ ଅଧ୍ୟାପକ ଶ୍ରୀ ଭଗବାନ ତ୍ରିପାଠୀ ଧନ୍ୟବାଦ ଅର୍ପଣ ପାଠଚକ୍ର ଟି କୁ ଶେଷ କରିଥିଲେ ।