ସହିଦ ସୁଶାନ୍ତଙ୍କ ପାଇଁ ବଞ୍ଚୋ ମା ବରାହୀ ସେବାସଂଘ ପକ୍ଷରୁ କ୍ୟାଣ୍ଡଲ ଶୋଭାଯାତ୍ରା

ହାଟଡିହିି, (ବିକାଶ ବିଶ୍ୱାଳ):ଆନନ୍ଦପୁର ମାଟିର ବୀରପୁତ୍ର ସହିଦ୍ ସୁଶାନ୍ତ ଖୁଣ୍ଟିଆଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ବଞ୍ଚୋ ମା ବରାହୀ ସେବାସଂଘ ପକ୍ଷରୁ କ୍ୟାଣ୍ଡଲ ଶୋଭାଯାତ୍ରା ଓ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲିରେ ମା ବରାହୀ ସେବାସଂଘର ସମସ୍ତ ସଦସ୍ୟଙ୍କ ସହ ଶତାଧିକ ଗ୍ରାମବାସୀ ସାମିଲ ହୋଇଥିଲେ । ମା ବରାହୀଙ୍କ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଏକ ସ୍ମୃତି ଚାରଣ ସଭା କରାଯାଇ ସହିଦ ସୁଶାନ୍ତଙ୍କ ଅମର ଆତ୍ମାର ସଦଗତି କାମନା କରାଯିବା ସହିତ ସେ କେବଳ ଆନନ୍ଦପୁର ନୁହେଁ ସମଗ୍ର କେନ୍ଦୁଝର ଜିଲ୍ଲା ଓ ଓଡିଶା ପାଇଁ ଅମର ହୋଇ ରହିବେ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ମା ପୁର୍ବତନ ସରପଞ୍ଚ ଛବିନ୍ଦ୍ର ନାୟକ, ଶଶାଙ୍କ ଶେଖର ପୁହାଣ, ଜିଲ୍ଲା ବିଜେଡି ୁପସଭାପତି ତଥା ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଅବସରପ୍ରାପ୍ତ ଶିକ୍ଷକ ରାଧାଗୋବିନ୍ଦ ଦାଶ, ସୁଧାଶୁଂ ରାଉତ, ଚୈତନ୍ୟ ବେହେରା, ସେନାଜୱାନ ସାଗର ଧଳ, ଲୋକନାଥ ଧଳ, ଯୁବ ସମାଜସେବୀ ସୁଶାନ୍ତ କୁମାର ବିଶ୍ୱାଳ, ମୁକେଶ କୁମାର ରାଉତ, ଆଦିତ୍ୟ ରଞ୍ଜନ ପଟ୍ଟନାୟକ, ସୁରେନ୍ଦ୍ର ବିଶ୍ୱାଳ, ସୁରେଶ ବିଶ୍ୱାଳ, ସୁଶାନ୍ତ ରାଉତ, ଅନନ୍ତ ରାଉତ, ବିଶ୍ୱଜିତ ରାଉତ, ସର୍ବେଶ୍ୱର ନାୟକ, ଶିବ ସୁନ୍ଦର ରାଉତ, କେଦାର ନାୟକ, ପ୍ରୀୟବ୍ରତ ନାୟକ,ମୁକ୍ତିକାନ୍ତ ଜେନା, ଅବିନାଶ ନାୟକଙ୍କ ସମେତ ଶତାଧିକ ଗ୍ରାମବାସୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ