ଅଁରାରେ ପିଇଓଙ୍କ କ୍ୱାଟର ଓ ମାର୍କେଟ କମ୍ପ୍ଲେକ୍ସ ଉଦ୍ଘାଟିତ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଅଁରା ପଞ୍ଚାୟତ ରେ ପିଇଓଙ୍କ କ୍ୱାଟର ଓ ମାର୍କେଟ କମ୍ପ୍ଲେକ୍ସ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଅଁରା ପଞ୍ଚାୟତର ସରପଞ୍ଚ ମମତା ବେହେରା, ସମିତିସଭ୍ୟା ନିଳିମା ଜେନା, ଇଂ ରବିନ୍ଦ୍ର କୁମାର ସାହୁ, ଅଭିମନୁ୍ୟ ସେଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆଗାମି ଦିନରେ ଅଁରା ପଞ୍ଚାୟତର ବିକାଶ ଦିଗରେ ସମସ୍ତେ କାର୍ଯ୍ୟ କରିବେ ବୋଲି ମତ ରଖିବା ସହିତ ସ୍କୁଲ ଓ ରାସ୍ତା ପାଇଁ ଅନୁଦାନ ଯୋଗାଇ ଦିଆଯାଇଛି ଅତିଶିଘ୍ର କାମ ଆରମ୍ଭ ହେବ ବୋଲି ମତ ରଖିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗେଡମା ସରପଞ୍ଚଙ୍କ ପ୍ରତିନିଧି ସୁରେନ୍ଦ୍ର କାଣ୍ଡି, ବରିଷ୍ଠ ନାଗରିକ ଅନନ୍ତ ନାୟକ, ସୁବାସ ଚନ୍ଦ୍ର ରାଉତ, ସୁପ୍ରଭା ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ବିଶ୍ୱମ୍ବର ବେହେରା, ପ୍ରଫୁଲ ଜେନା, ହିମାଶୁଂ ଜେନା, ହିରଣ୍ୟ ଜେନା, ଦୀପକ ଜେନା ସାରଙ୍ଗ ସୁତାର, ବାବୁଲି ମାଝୀ, ରବିନ୍ଦ୍ର ମଲ୍ଲିକ, ଲକ୍ଷ୍ମୀଧର ମଲ୍ଲିକ, ଗୌରାଙ୍ଗ ଜେନା, କାର୍ତ୍ତିକେଶ୍ୱର ଖଣ୍ଡେଇ, ପ୍ରଦୀପ ନାୟକ, ଧରଣୀ ଶଙ୍ଖୁଆ, ମଥୁରା ସାହା, ରାମଚନ୍ଦ୍ର ସାହା, ଜୟନ୍ତ ସ୍ୱାଇଁଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


