ସହୀଦ୍ ଭଗତ ସିଂ ସ୍ନାତକ ମହାବିଦ୍ୟାଳୟ ର ନୂତନ ଛାତ୍ର ଛାତ୍ରୀ ସମାବେଶ (୨୦୨୩-୨୪)

ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅଧିନସ୍ଥ ଖଣ୍ଡଦେଉଳି ସ୍ଥିତ ସହୀଦ୍ ଭଗତ ସିଂ ସ୍ନାତକ ମହାବିଦ୍ୟାଳୟ ର ନୂତନ ଛାତ୍ର ଛାତ୍ରୀ ସମାବେଶ (୨୦୨୩-୨୪) ଅଧକ୍ଷା ଶ୍ରୀମତୀ ମିନତୀ ପଟ୍ଟନାୟକ ଙ୍କ ଅଧକ୍ଷତା ରେ ମହା ଆଡମ୍ବର ରେ ପାଳିତ ହେଇଯାଇଛି | ଗଞ୍ଜାମ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ସସ୍ମିତା ସ୍ୱାଇଁ , ଉପାଧ୍ୟକ୍ଷ ଶ୍ରୀ ଅନ୍ତର୍ଯ୍ୟାମୀ ବେହେରା , ଚେୟାର ପର୍ସନ୍ ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନଙ୍କ ଉପସ୍ଥିତି ରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ସମ୍ମାନୀୟ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସ୍ୱାଗତ କାର୍ଯ୍ୟକ୍ରମ ଟିକୁ ଉଦ୍ଘାଟନ କରିଥିଲେ | ସହୀଦ୍ ଭଗତ ସିଂ ଜୁନିଅର କଲେଜ୍ ର ଇଂରାଜୀ ଅଧ୍ୟାପକ ଡକ୍ଟର ଭଗବାନ ତ୍ରିପାଠୀ ଏବଂ ଅଧ୍ୟକ୍ଷ ଦିବାକର ସ୍ୱାଇଁ ଯଥାକ୍ରମେ ମୁଖ୍ୟ ବକ୍ତା ଏବଂ ସମ୍ମାନୀୟ ଅତିଥି ରୂପେ ଯୋଗ ଦେଇ ନିଜ ନିଜର ସମ୍ଭାସଣ ରଖି ଥିଲେ |କାର୍ଯ୍ୟକ୍ରମ ର ମୁଖ୍ୟ ଆକର୍ଷଣ, ମାନ୍ୟବର ବିଧାୟକ ସୁବାଷ ବେହେରା ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ଚରିତ୍ର ଗଠନ ଏବଂ ଦେଶ ର ଦାୟିତ୍ୱବାନ ନାଗରିକ ହେବା ପାଇଁ ଉଦବୋଧନ ଦେଇଥିଲେ | ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ବିଗତ ଦିନ ମାନଙ୍କରେ ଶିକ୍ଷା ବିଭାଗ, ଓଡିଶା ରାଜ୍ୟ ସରକାର ଙ୍କ ଅନୁଦାନ କ୍ରମେ ସଂଗଠିତ ହେଇଥିବା ଖେଳ ଏବଂ ସାଂସ୍କୃତିକ ପ୍ରତିଯୋଗିତା ର ବିଜେତା ମାନଙ୍କୁ ପୁରସ୍କାର ଦେଇ ପ୍ରତ୍ସାହନ କରାଯାଇଥିଲା |ସ୍ୱାଗତ ସମାରୋହ କୁ ପୂର୍ଣ୍ଣାଙ୍ଗ ରୂପ ଦେବାରେ ମହାବିଦ୍ୟାଳୟ ର ଅଧ୍ୟାପକ ଶ୍ରୀ ବସନ୍ତ କୁମାର ଗୌଡ଼, ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ, ଶ୍ରୀ ଆଖଣ୍ଡଳମଣି ବେହେରା , ଶ୍ରୀ ଆନନ୍ଦ ଗୌଡ଼ ,ଶ୍ରୀ ଲିଙ୍ଗରାଜ ସାହୁ, ଅଧ୍ୟାପିକା ଜୟନ୍ତୀ ବେହେରା , ଏନ୍. ପଦ୍ମାବତୀ, କର୍ମଚାରୀ ବୃନ୍ଦ ଏବଂ ଛାତ୍ର ଛାତ୍ରୀ ମାନଙ୍କ ସମ୍ପୂର୍ଣ ସହଯୋଗ ରହିଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ