ସହୀଦ ଭଗତ୍ ସିଂ ଡିଗ୍ରୀ କଲେଜ୍ ର ବିଶ୍ୱ ଏଡ଼ସ୍ ଦିବସର ସଚେତନତା ପଦଯାତ୍ରା

ଗଞ୍ଜାମ, (ବିନୋଦ ପଲାଇ):ଖଣ୍ଡଦେଉଳି ସ୍ଥିତ ସହୀଦ୍ ଭଗତ୍ ସିଂ ଡିଗ୍ରୀ କଲେଜ୍ ଯୁବ ରେଡ୍ କ୍ରସ୍ ଓ ରେଡ୍ ରିବନ୍ କ୍ଳବ ତରଫରୁ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷା ଶ୍ରୀମତୀ ମିନତୀ ପଟ୍ଟନାୟକଙ୍କ ପୌରହିତ୍ୟ ରେ ସହୀଦ୍ ଭଗତ୍ ସିଂ ଜୁନିଅର କଲେଜ୍ ଅଧ୍ୟକ୍ଷ ଶ୍ରୀ ଦିବାକର ସ୍ୱାଇଁ,ନିକଟସ୍ଥ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ଡାକ୍ତର ସୌମ୍ୟ ରଞ୍ଜନ ମହାପାତ୍ର,ଏନ୍ ଏସ୍ ଏସ୍ ର ପୂର୍ବତନ ଅଫିସର ଲିଙ୍ଗରାଜ ସାହୁ,ଆନନ୍ଦ କୁମାର ଗୌଡ଼ ଏବଂ ବସନ୍ତ କୁମାର ଗୌଡ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଡ଼ସ୍ ର କାରଣ ଓ ପ୍ରତିକାର ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ଏହା ବିରୁଦ୍ଧରେ ଲଢିବାକୁ ଆହ୍ୱାନ ଦେଇଥିଲେ। ଯୁବ ରେଡ୍ କ୍ରସ୍ ସଂଯୋଜିକା ଏନ. ପଦ୍ମାବତୀ ଙ୍କ ତତ୍ତ୍ୱାବଧାନ ରେ ସ୍ଵେଚ୍ଛାସେବୀ ମାନେ ସଚେତନତା ଶୋଭାଯାତ୍ରା କରିଥିଲେ। ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରି ଉତ୍ସାହିତ କରାଯାଇଥିଲା। ପରିଶେଷରେ ଯୁବ ରେଡ କ୍ରସ୍ ସଂଯୋଜିକା ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଶେଷ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ