ସାଂସଦ ଅନୁଭବ ଙ୍କ ବଢୁଛି ଅଡୁଆ, ଧାରଣା ରେ ବସିଲେ ଅଭିଯୋଗ ଆଣିଥିବା ସାମ୍ବାଦିକା
ସାମ୍ବାଦିକ ଙ୍କୁ ଅସତ ବ୍ୟବହାର କରି ଫଶୀ ଥିବା କଟକ ସାଂସଦ ଅନୁଭବ ମହାନ୍ତି ଙ୍କ ପୁଣି ବଢିଛି ଅଡୁଆ । ତାଙ୍କ ବିରୋଧରେ ସଂଘିନ ଅଭିଯୋଗ ଆଣିଥିବା ମହିଳା ସାମ୍ବାଦିକା ଆଜିି ପୁରୀଘାଟ ଥାନା ରେ ଧାରଣା ରେ ବସିଛନ୍ତି । ସେ ଅଭିଯୋଗ କରିଛନ୍ତି ଏକମାସ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ତାଙ୍କ ବିରୋଧରେ କୈଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ସୂଚନା ଅନୁସାରେ ପ୍ରାୟ ୧ମାସ ପୂର୍ବେ ଜଣେ ମହିଳା ସାମ୍ବାଦିକା ସାଂସଦ ଅନୁଭବ ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନି ଓ ଭାଇ ଅସଦାଚାରଣ କରିଥିବା ଗୁରୁତର ଅଭିଯୋଗ କରିଥିଲେ ।