ସାଂସଦ ଓ ବିଧାୟକଙ୍କ ଦ୍ୱାରା ବଡମାଧପୁର ପଂଚାୟତରେ ମାରାଥନ୍ ଉଦଘାଟନ

ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକର ବଡ ମାଧପୁର ପଂଚାୟତରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ମାରାଥନ୍ ଉଦଘାଟନ ହୋଇଯାଇଛି । ବଡ ମାଧପୁର ଗ୍ରାମ ଠାରେ ଅଙ୍ଗନବାଡି କେନ୍ଦ୍ର ୨ ଏବଂ ଗୋବା ଗ୍ରାମରେ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ୩ କୁ ଉଦଘାଟନ କରିବା ସହିତ ବଡ ମାଧପୁରେ ଗ୍ରାମରେ କଲ୍ୟାଣ ମଣ୍ଡପ ଓ ରଙ୍ଗ ମାଟିଆ ଗ୍ରାମରେ ଏକ କୋଠ ଘରକୁ ଉଭୟ ସାଂସଦ ଓ ବିଧାୟକ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି, ଉପାଧ୍ୟକ୍ଷା ଅମିତା ସାହୁ, ବଡ ମାଧପୁର ସରପଂଚ ଶରତ ଖୁଣ୍ଟିଆ, ସମିତି ସଭ୍ୟ ଏନ୍‌. କ୍ରିଷ୍ନା ରେଡ୍ଡି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରା, ଗୋବା ଗ୍ରାମ କମିଟି ସଭାପତି ଜଗନ୍ନାଥ ସୁର, କଣମଣା ସରପଂଚ ଏସ୍ . ଚକ୍ରପାଣି ରେଡ୍ଡି, ବିପୁଳିଙ୍ଗି ସମିତିସଭ୍ୟ ଜୟଦେବ ଲେଙ୍କା, ପୂର୍ବତନ ସମିତି ସଭ୍ୟ ସୁଶାନ୍ତ ସାହୁ, ସୁକାନ୍ତ ନାହାକଙ୍କ ସମେତ ବହୁ ପଂଚାୟତ ବାସୀ ଏବଂ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ