ସାଂସଦ ଖେଳ ମହାକୁମ୍ଭ ଲାଗି ପ୍ରସ୍ତୁତି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ସ୍ଥାନୀୟ ସର୍କିଟ ହାଉସ ରେ ଅପରାହ୍ନ ରେ ଆଗାମୀ ଦିନରେ ହେବାକୁ ଥିବା ସାଂସଦ ଖେଳ ମହାକୁମ୍ଭ ଲାଗି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି, ଏହି ବୈଠକ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ସଭାପତିତ୍ବ କରିଥିଲେ, କେନ୍ଦ୍ରରୁ ଏହି କାର୍ଯ୍ୟକ୍ରମ ର ସଂଯୋଜକ ରାଜୁ ପାଗା ଓ ଶୁଭମ ସିଂହ ଯୋଗ ଦେଇ ସମସ୍ତ ବିବରଣୀ କହିଥିଲେ,ଏହି ମହତ୍ସବ ରେ କ୍ରୀଡା ମାନଙ୍କ ମଧ୍ୟରେ ଫୁଟବଲ, କ୍ରିକେଟ, ଭଲିବଲ,କବାଡି ଖୋ ଖୋ, ଗଣଦୌଡ଼, ଦୌଡ଼ ଉଭୟ ପୁରୁଷ ମହିଳା ତତ ସହିତ କେବଳ ମହିଳା ଙ୍କ ପାଇଁ ଝୋଟି, ପୁଚି ଓ ରଙ୍ଗୋଲି ପ୍ରତିଯୋଗିତା ସମେତ ଦିବ୍ୟାଙ୍ଗ ଙ୍କ ପାଇଁ ମଧ୍ୟ ବିଭିନ୍ନ ଖେଳ ଆୟୋଜନ କରାଯିବା ନେଇ ଜିଲ୍ଲା କ୍ରୀଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଙ୍କ ସହ ଆଲୋଚନା କରାଯାଇଥିଲା ପ୍ରଥମେ ପଞ୍ଚାୟତ ସ୍ତରୀୟ ଓ ଜୋନ ସ୍ତରୀୟ ଓ ବ୍ଲକ ସ୍ତରୀୟ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା, ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର ସମ୍ପାଦକ ବିଜୟ ସାହୁ ଓ ରାଜେଶ ମହାପାତ୍ର ସାଂସଦ ଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଙ୍କ ସମେତ ଜିଲ୍ଲା ମିଡ଼ିଆ ସହ ସଞ୍ଜଯକ ରଣଜିତ ପୃଷ୍ଟି, ଯୁବମୋର୍ଚ୍ଚା ଉପ ସଭାପତି ଦେବାଶିଷ ଆଚାର୍ଯ୍ୟ, ସଂଜୀବ ରାଉଳ,ସମ୍ପାଦକ ନାରାୟଣ ମହନ୍ତ, ସୌମ୍ୟଜିତ ଦାସ ମହାପାତ୍ର,ସର୍ବେଶ୍ୱର ବୁଗୁଡ଼ାଇ, ଗୋପୀବଲ୍ଲଭ ରାଉତ,ଜିତେନ୍ଦୁ ବେହେରା, ଚନ୍ଦନ ସାହୁ,ଧିରେନ ସେଠି, ଦେବାଶିଷ ମହାନ୍ତି,ମୋହିତ ମୋହନ ଦାସ, ବିଭୁତି ସେନାପତି,ସୁମନ୍ତ ମହାଳିକ, ନିହାର ରଞ୍ଜନ ବେହେରା,କବାଡି କୋଚ ଛୋଟେ ରାମ ସିଂ,ଖୋଖୋ କୋଚ ମଳୟ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ