ସାଂସଦ ପ୍ରତିନିଧି ଓ ବିଧାୟକ ପ୍ରତିନିଧି ହାତାହାତି
ନବରଙ୍ଗପୁର,(ୱାଇଏନଏସ): ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରେ ଆଜି ନବରଙ୍ଗପୁର ବିଜେପି ସାଂସଦ ବଳଭଦ୍ର ମାଝୀ ଙ୍କ ପ୍ରତିନିଧି ଯିଏ କି ସାଂସଦ ଙ୍କ ନିଜ ଭାଇ ଏବଂ ଝରିଗାଁ ବିଜେପି ବିଧାୟକ ନରସିଂହ ଭତ୍ରା ଙ୍କ ପ୍ରତିନିଧି ପ୍ରତାପ ବାଘ ଙ୍କ ମଧ୍ୟରେ ହାତାହାତି ଓ ମାର ପିଟର ଭିଡ଼ିଓ ଏବେ ସସିଆଲ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି। ଉଭୟ ପକ୍ଷଙ୍କ ମଧ୍ୟରେ ହତାହାତୀ ଏବଂ ଗଣ୍ଡଗୋଳ ଲାଗିଥିବା ଭିଡ଼ିଓ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି। ଘଟଣା ଅନୁସାରେ ଆଜି ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ରେ ସମିତି ବୈଠକ ଅନୁଷ୍ଟିତ ହୋଇଥିଲା । ବୈଠକ ସରିବା ପରେ ବିଧାୟକ ଙ୍କ ପ୍ରତିନିଧି ପ୍ରତାପ ବାଘ ବ୍ଲକ ରୁ ଫେରିବା ସମୟରେ ସାଂସଦ ଙ୍କ ଭାଇ ତଥା ତାଙ୍କ ବ୍ଲକ ପ୍ରତିନିଧି ବସନ୍ତ ମାଝୀ ବ୍ଲକ କାର୍ଯ୍ୟାଳୟ ଫାଟକ ସାମ୍ନା ରେ ପ୍ରତାପ ବାଘ ଙ୍କ ଗାଡ଼ି କୁ ଅଟକାଇ ପ୍ରତାପ ଙ୍କୁ ଏକ ମୁଥ ମାରିଥିଲେ । ପରେ ଉଭୟଙ୍କ ମଧ୍ୟରେ ହାତା ହାତି ହୋଇଥିଲା । ଏହାପରେ ଉଭୟ ସମର୍ଥକ ଙ୍କ ମଧ୍ୟ ରେ ଗୋଣ୍ଡଗୋଳ ହୋଇଥିଲା । ଖବର ପାଇ ଚନ୍ଦାହାଣ୍ଡି ଥାନା ଏସଆଇ ଲାବନ୍ୟ ବେମାଲ ଓ ଏସଆଇ ଖଗେଶ୍ବର ଖୋସଲା ଘଟଣା ସ୍ଥଳରେ ପହଞ୍ଚିଥିଲେ । ପରେ ଘଟଣା ସମ୍ପର୍କ ରେ ପଚରା ଉଚରା ପାଇଁ ଉଭୟ ପକ୍ଷଙ୍କୁ ଥାନା କୁ ଡ଼କାଇଥିଲେ । ଗଣ୍ଡଗୋଳ ର କାରଣ ସ୍ଵଷ୍ଟ ହୋଇ ନଥିବା ବେଳେ ଏହା ଦଳୀୟ ଅନ୍ତର୍ଦ୍ଵଦ ଏବଂ ଠିକା କାମ ବଣ୍ଟନ ପାଇଁ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।


