ସାଇବର ଅପରାଧ ରୋକିବାକୁ ଓଡ଼ିଶା ପୋଲିସ ର ନିଆରା ପ୍ରାୟାସ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗାଁ ଠୁ ସହର ବୁଲିଲା ସଚେତନା ରଥ । ଅଜି ସକାଳ ସାତଘଣ୍ଟା ସମୟ ରେ ଭଞ୍ଜନଗର ଥାନା ରେ ସ୍ଵଇଚ୍ଛା ରେ ଏକତ୍ରିତ ହୋଇଥିଲେ ସହ ସହ କଲେଜ ଛାତ୍ର ଛାତ୍ରୀ, ଯୁବ ଗୋଷ୍ଟି ଏବଂ ସ୍ଵଚ୍ଛା ସେବୀ ଭାଇ ଓ ଭଉଣୀ ମାନେ ଏକତ୍ରିତ ହୋଇଥିଲେ ।ଥାନା ପରିସର ସମ୍ମୁଖରୁ ସଚେତନା ରଥ କୁ ସବୁଜ ପତକା ଦେଖାଇ ସ୍ବାଗତ କରିବା ପରେ ସେ ଠାରୁ ଲମ୍ବା ଧାଡ଼ି ରେ ସାଇବର ଅପରାଧ ରୋକିବାର ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥଲେ। ପରିସେଶ ରେ ବସଷ୍ଟାଣ୍ଡ ନିକଟ ପଡିଆ ରେ ଏକ ସଚେତନା ସଭା ଆୟୋଜିତ କରାଯାଇଥିଲା । ସେଠାରେ ଗୀତି ନାଟକ ଓ କ୍ଷୁଦ୍ର ଚଳଚିତ୍ର ମାଧ୍ୟମ ରେ ସାଇବର ଠକେଇ କିପରି ରୋକାଯାଇ ପାରିବ ସଚେତନା ବାର୍ତ୍ତା ବଣ୍ଟାଯାଇଥିଲା।ଅତିରିକ୍ତ ପୋଲିସ ଅଧିକ୍ଷକ ତଥା ନୋଡାଲ ଅଧିକାର ରଞ୍ଜିତ କୁମାର ପୃଷ୍ଟି,ଭଞ୍ଜନଗର ଅତିରିକ୍ତ ପୋଲିସ ଅଧିକ୍ଷକ ପ୍ରଫୁଲ୍ଲ ବଡ଼ଜେନା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଶ୍ଵାମିତ୍ର ହରପାଲ୍ ଥାନା ଅଧିକାରୀ ଭଗବାନ ପୂଜାରୀ, ମେଡିକାଲ୍ ଅଧିକ୍ଷକ ଡ଼ା ସିତାଂସୁ ଶେଖର ଶତପଥୀ,ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା,ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ,ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର,ଅତିରିକ୍ତ ତହସିଲଦାର ଅମରେଶ ମେହେର, ଟି ପି ଏସ ଓ ଡିଏଲ୍ ଅଧିକାରୀ ମନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ