ସାଇବର ଅପରାଧ ରୋକିବା ନିମନ୍ତେ ଏକ ସଚେତନତା ରଥ ର ଶୁଭାରମ୍ଭ କଲେ ଜିଲ୍ଲାପାଳ ଓ ଏସପି

ଛତ୍ରପୁର, (ଦେବଦତ୍ତ ମହାରଣା):ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଏହାକୁ ନୀୟନ୍ତ୍ରଣ କରିବା ଏବଂ ସାଇବର ଅପରାଧରୁ ଲୋକମାନେ କିପରୀ ଦୂରେଇ ରହିବେ ସେଥି ନିମନ୍ତେ ଗଞ୍ଜାମ ପୋଲିସ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ରୁ ଏକ ସଚେତନତା ରଥ କୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଗଞ୍ଜାମ ଏସପି ଜଗମୋହନ ମିନା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି l ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ , ସାଇବର ସୁରକ୍ଷିତ ଓଡିଶା ବାର୍ତ୍ତା ଦେଇ ଏହି ରଥ ଆଜି ଅର୍ଥାତ ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତୀ ରୁ ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ସାଇବର ଅପରାଧ ରୁ କିପରୀ ଜନସାଧାରଣ ନିବୃତ ରହିବେ ସେଥି ସକାଶେ ଏହି ସଚେତନତା ରଥ ବୁଲିବ । ଏହି ରଥ ଜିଲ୍ଲାର ପ୍ରତ୍ୟେକ ଥାନା ଅଂଚଳ କୁ ଗ୍ରସ୍ତ କରି ଭିଡିଓ ଅଡିଓ ଜରିଆରରେ ସଚେତନତା ବାର୍ତ୍ତା ପ୍ରଦାନ କରିବ ବୋଲି ଗଂଜାମ ଏସପି ଜଗମୋହନ ମୀନା କହିଛନ୍ତି l ଏହାସହିତ ବିଭିନ୍ନ ସହର ଓ ସ୍କୁଲ , କଲେଜ ଏବଂ ଗାଁକୁ ଏହି ରଥ ବୁଲି ସଚେତନ କରିବ । ବିଶେଷ ଭାବେ ଗ୍ରାମାଞ୍ଚଳ କୁ ଅଧିକ ଫୋକସ୍ କରାଯିବ । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ମହିଳା ଓ ବରିଷ୍ଠ ନାଗରିକ ଏବଂ ଯୁବ ପିଢି ମାନେ କିପରୀ ଅଧିକ ସଚେତନ ହେବେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଏସପି କହିଛନ୍ତି l ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ପରିଷଦର ସିଡିଓ ଭି. କୀର୍ତ୍ତି ଭାସନ, ପ୍ରୋବସାନାରୀ ଆଇ ଏସ ଅଫିସର ସମୀର କୁମାର ଜେନା, ଅତିରିକ୍ତ ଏସପି ତଥା କାର୍ଯ୍ୟକ୍ରମ ର ନୋଡାଲ ଅଫିସର ରଂଜିତ କୁମାର ପୃଷ୍ଟି,ଡ଼ିଏସପି ସୁଜିତ କୁମାର ନାୟକ, ଛତ୍ରପୁର ଏସଡିପିଓ ଗୌରହରୀ ସାହୁ, ଛତ୍ରପୁର ଥାନା ଅଧିକାରୀ ନିରୋଦ କୁମାର ଦାଶ, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ମାନସ ରଞ୍ଜନ ମହାନ୍ତି, ଜିଲ୍ଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକ, ଜିଲ୍ଲା କ୍ରୀଡା ନିରୀକ୍ଷକ ଭାଗିରଥି ସ୍ୱାଇଁ, ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀ, ୟୁନିୟନ ବ୍ୟାଙ୍କ ଡେପୁଟି ରିଜନାଲ ମୁଖ୍ୟ (ବ୍ରହ୍ମପୁର ) ମାରଖାଈ ମାରାଣ୍ଡି, ଏଲ ଡି ଏମ କେ. ସି. ନାୟକ, ୟୁନିୟନ ବ୍ୟାଙ୍କ ଛତ୍ରପୁର ମୁଖ୍ୟ ଶାଖା ର ପରିଚାଳକ ନଳିନୀ ରଂଜନ ସାହୁ ଙ୍କ ସମେତ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ର ଏସପିସି ଛାତ୍ର ଛାତ୍ରୀ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ