ସାଇବର କ୍ରାଇମର ସଚେତନତା ଶିବିର
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଦିନକୁ ଦିନ ବଢି ଚାଲିଛି । ଅପରାଧୀମାନେ ଅପରାଧ ଘଟାଇବା ଏବେ ପ୍ରଯୁକ୍ତିବିଦ୍ୟାକୁ ଆପଣାଇଛନ୍ତି । ଖୁବ କମ ସମୟ ମଧ୍ୟରେ ଅପରାଧ କରି ପୋଲିସ ଆଖିରେ ଧୂଳି ଦେଇ ଖସି ପଳାଉଛନ୍ତିି । ଅପରାଧରେ ସଂଶ୍ଳିଷ୍ଟ ଥିବା ବ୍ୟକ୍ତିମାନେ ବିନା ରକ୍ତପାତରେ ପ୍ରଯୁକ୍ତିବିଦ୍ୟାକୁ ପାଥେୟ କରି ସାଧାରଣ ଲୋକମାନଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଉଛନ୍ତି । କିପରି ଭାବେ ନୂତନ ଜ୍ଞାନ କୌଶଳକୁ ଆଧାର କରି ପୋଲିସ ଅପରାଧୀଙ୍କ ପାଖରେ ପହଞ୍ଚିପାରିବ ସେନେଇ ବ୍ରହ୍ମପୁରରେ ଦୁଇଦିନିଆ କର୍ମଶାଳା ଆୟୋଜିତ ହୋଇଯାଇଛି । ଉକ୍ତ କର୍ମଶାଳ ବ୍ରହ୍ମପୁର ଏସିପି ପିନାକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଏଥିରେ କର୍ମଶାଳାରେ ଦକ୍ଷିଣାଞ୍ଚଳ ରେଞ୍ଜ , ପୋଲିସ ଡିଆଇଜି , ବିଭିନ୍ନ ଥାନା ଅଧିକାରୀ ଓ ପୋଲିସ ଅଧିକାରୀମାନେ ଯୋଗଦେଇ ସାଇବର କ୍ରାଇମର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।