ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ହାଇସ୍କୁଲ ପରିସରରେ ସୋମବାର ଚମାଖଣ୍ଡି ଥାନା ପକ୍ଷରୁ ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ହୋଇଥିଲା।    ହାଇସ୍କୁଲର ପ୍ରଧାନଶିକ୍ଷକ ଦେବରାଜ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଚମାଖଣ୍ଡି ଥାନା ଅଧିକାରିଣୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି, ସାଇବର ଥାନା ଆଇଆଇସି ଜ୍ୟୋତିରଞ୍ଜନ ବେହେରା, ଏସ୍‌ଆଇ ଅଗସ୍ତ୍ୟ ବିଶ୍ୱାଳ, ଚମାଖଣ୍ଡି ଥାନା ଏସ୍‌ଆଇ ଅଭିଜିତ ସାମଲ, ନରେନ୍ଦ୍ରପୁର ସମିତି ସଭ୍ୟା ବି. ସୋନାଲି ସେନାପତି ଓ ଅଳିଅଳ ସେନାପତି ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଶାସେବନର କୁପ୍ରଭାବ ସମ୍ପର୍କରେ ସଚେତନ କରାଯିବା ସହ ଅନଲାଇନ୍ ଠକେଇ, ‘ଡିଜିଟାଲ ଆରେଷ୍ଟ’, ଅଜଣା ଲିଙ୍କ୍‌ରେ କ୍ଲିକ୍‌ ନକରିବା ଏବଂ ଓଟିପି କାହା ସହିତ ସେୟାର ନକରିବା ନେଇ ସତର୍କ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ