ବିଶ୍ବକର୍ମା ସମାଜ ଯୁବ ସଙ୍ଘର ନୂତନ କର୍ମକର୍ତ୍ତା ନିର୍ବାଚନ

ପୋଲସରା,(ଅନୀଲ କୁମାର ମହାରଣା): ଆଠଗଡ଼ ତାଲୁକା ଅନ୍ତର୍ଗତ ପୋଲସରା ସ୍ଥିତ ବିଶ୍ବକର୍ମା ସମାଜ ଯୁବ ସଙ୍ଘର ନୂତନ କର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଲସରା ସ୍ଥିତ ଶ୍ରୀ ଶ୍ରୀ ବିଶ୍ୱକର୍ମା ମନ୍ଦିରରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଆଠଗଡ଼ ତାଲୁକାର ପୋଲସରା ମୁଠା ସଭାପତି ମଦନ ମୋହନ ମହାରାଣା ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ବିକ୍ରମ ମହାରାଣା ବିବରଣୀ ପାଠ କରିଥିଲେ। ଏଥିରେ ଆଠଗଡ଼ ତାଲୁକା ଭିତିରିମୁଠା, ପୋଲସରା ମୁଠା, ଖଲାଡ଼ି ମୁଠା, ଘାଟିପାରି ମୁଠା, ବରିଡ଼ା ଖଣ୍ଡ ମୁଠା  ଏବଂ ଦକ୍ଷିଣ ଓଡ଼ିଶା ବିଶ୍ବକର୍ମା ସମାଜ (ବଢ଼େଇକୁଳ) ସହବନ୍ଧିତ ୩୪ ତାଲୁକାର ରାଜଶ୍ରୀ , ସଭାପତି ଓ କର୍ମକର୍ତ୍ତା ଯୋଗଦେଇଥିଲେ। ଏହି ଅବସରରେ ଯୁବ ସଙ୍ଘର  ସଦସ୍ୟ ବୃନ୍ଦଙ୍କ  ସହମତି କ୍ରମେ ସୀମାଞ୍ଚଳ ମହାରାଣା (ଗୋଠଳି) ସଭାପତି, ପ୍ରଦୀପ ମହାରାଣା (ପୋଲସରା ମୁଠା) ସମ୍ପାଦକ, ଟୁନା  ମହାରାଣା ଓ ମଙ୍ଗୁଳୁ ମହାରାଣା (ପୋଲସରା ମୁଠା) ଉଭୟ ଉପସଭାପତି, ଗୋବର୍ଦ୍ଧନ ମହାରାଣା (ପୋଲସରା ମୁଠା) ଯୁଗ୍ମ ସମ୍ପାଦକ, ଅରୁଣ ମହାରାଣା (ରାଣୀପଡ଼ା ମୁଠା) କୋଷାଧ୍ୟକ୍ଷ ଏବଂ ଉପଦେଷ୍ଟା ମଣ୍ଡଳୀରେ ରତ୍ନାକର ମହାରାଣା, ଯୋଗେନ୍ଦ୍ର ମହାରାଣା, ଲକ୍ଷ୍ମୀଧର ମହାରଣା ପ୍ରମୁଖଙ୍କୁ  ଚୟନ  କରାଯିବାସହ ସନ୍ନ୍ୟାସୀ ମହାରାଣା, ମିଥୁନ ମହାରାଣା, ବୁଦ୍ଧିରାମ ମହାରାଣା, ବସନ୍ତ ମହାରାଣା ଓ ଶଙ୍କର ମହାରାଣା ଏହି  ୭ ଜଣଙ୍କୁ କାର୍ଯ୍ୟକାରୀ ସଦସ୍ୟଭାବେ ଭାବେ ଚୟନ କରାଯାଇଥିଲା। ଏହି  ୧୧ ଜଣିଆ ସଦସ୍ୟ ବିଶିଷ୍ଟ ନୂତନ ପରିଚାଳନା କମିଟି ଆଗାମୀ ପାଞ୍ଚ ବର୍ଷ ସକାଶେ ସଂଘର ଉନ୍ନତି ଏବଂ ବିକାଶ ପାଇଁ କାର୍ଯ୍ୟକରିବେ। ପରେ ନୂତନ ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟମାନଙ୍କୁ ସଂଘ ପକ୍ଷରୁ ସ୍ଵାଗତ କରାଯିବା ସହିତ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା। ନୂତନ କର୍ମକର୍ତ୍ତା ବୃନ୍ଦ ଦେବଶିଳ୍ପୀ ବିଶ୍ବକର୍ମାଙ୍କୁ ସାକ୍ଷୀ ରଖି ସଂଘର ସର୍ବାଙ୍ଗିନ ଉନ୍ନତି ଏବଂ  କଲ୍ୟାଣ ନିମନ୍ତେ ଶପଥ ଗ୍ରହଣ କରିଥିଲେ। ଶେଷରେ ସୀମାଞ୍ଚଳ ମହାରାଣା ସଂଘ ପକ୍ଷରୁ ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ