ସାଇ ଶରଣଂ ଅଡି଼ଓ ସିଡି଼ର ଲୋକାର୍ପଣ
ଯାଜପୁର,(ୱାଇଏନ୍ଏସ୍): ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ଦ୍ୱାରା ସାଇ ଶରଶଂ ଅଡିଓ ସିଡିର ଲୋକାର୍ପଣ ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ସିଡିରେ ଥିବା ସମସ୍ତ ଗୀତଗୁଡିକୁ ଜିଲ୍ଲାପାଳ ଶ୍ରୀ ଦାସ ରଚନା କରିଥିବାବେଳେ ସଂଗୀତ ନିର୍ଦ୍ଧେଶନା ଦେଇଛନ୍ତି । ରଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଂଗୀତ ନିର୍ଦ୍ଧେକ ଦୀନେଶ ମଲ୍ଲିକ, ଶୁଭମ ଟିଭି ପକ୍ଷରୁ ପ୍ରୟୋଜିତ ଏହି ଗୀତ ଗୁଡି଼କୁ କଣ୍ଠଶିଳ୍ପୀ ଟି. ସୌରୀ, ଶରତ ବାରିକ, ଲୋପାମୁଦ୍ରା, ରୋଜାଲିନ ସାହୁ, ଅର୍ପିତା ଚୌଧୁରୀ, ମାନସୀ ପାତ୍ର, ଜ୍ୟେର୍ତିମୟୀ ନାୟକ, ସୁଧାକର ମିଶ୍ର ଓ କୁମାର ଦିଲ୍ଲିପ ପ୍ରମୁଖ କଣ୍ଠଦାନ କରିଛନ୍ତି । ଏହି ଲୋକାର୍ପଣ ସମୟରେ ଜିଲ୍ଲାପାଳ ଓ ସଂଗୀତ ନିର୍ଦ୍ଧେଶକଙ୍କ ସହ ଆଇ.ଏ.ଏସ. ପ୍ରୋବେସନର ସଚିନ ପାୱାର ଓ ସୂଚନା ଓ ଲୋକ ସଂପର୍କର ଅଧିକାରୀ ଉପସ୍ଥିତ ଥିଲେ ।