ସାଗରମାଳା ଯୋଜନାର ଅଗ୍ରଗତି ନିମନ୍ତେ ଜନଜାଗରଣ ସମାବେଶ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକ ତେଲସରାସ୍ଥିତ ଗୁଣ୍ଡିଚା ମନ୍ଦିର ପରିସରରେ ରବିବାର ବାଲିକୁଦା, ନାଉଗାଁ, କାକଟପୁର ଉପକୂଳ ବିକାଶ ପରିଷଦ ଆହ୍ୱାନକ୍ରମେ ସାଗର ମେଳା ଯୋଜନାର ଅଗ୍ରଗତି ନିମନ୍ତେ ବିଶାଳ ଜନଜାଗରଣ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ଦଳଗତ ନିର୍ବିଶେଷରେ ସମସ୍ତ ସଚେତନ ନାଗରିକ, ବରିଷ୍ଠ ନାଗରିକ, ସମାଜସେବୀ, ବୁଦ୍ଧିଜିବୀ, ଚାଷୀ, ମହିଳାମାନେ ଯୋଗ ଦେଇଥିଲେ । ବିକାଶ ପରିଷଦର ସଭାପତି ସୁବାସ ଚନ୍ଦ୍ର ବିଶ୍ୱାଳଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଅତିଥିଭାବେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ବ୍ଳକ କଂଗ୍ରେସ ସଭାପତି ନିରଂଜନ ବେହୁରା, ସମାଜସେବୀ ପ୍ରଦୀପ୍ତ କୁମାର ସ୍ୱାଇଁ, ବ୍ଳକ ଉପାଧ୍ୟକ୍ଷ ସୁଜିତ ପୁହାଣ, ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, କୋରୁଅ ପଂଚାୟତର ପୂର୍ବତନ ସରପଂଚ ଅରଣ୍ୟ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା ପ୍ରମୁଖ ଯୋଗ ଦେଇ ଉପକୂଳ ରାଜପଥ ଏହି ଅଂଚଳ ଦେଇ ଗଲେ ବିଭିନ୍ନ କ୍ଷେତ୍ରରେ ଉନ୍ନତି କରିବ ବୋଲି କହିଥିଲେ । ସୁକାନ୍ତ କୁମାର ଲେଙ୍କା ମଂଚ ପରିଚାଳନା କରିଥିଲେ ।