ସାଗର ପୁତ୍ର ସଂସ୍କାର କେନ୍ଦ୍ର ଉଦଘାଟିତ
ଛତ୍ରପୁର ; ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛତ୍ରପୁର ପକ୍ଷରୁ ସାନ ନୋଳିଆ ନୂଆଗାଁ ଗ୍ରାମରେ ଶିଶୁ ମାନଙ୍କୁ ମାଗଣା ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ସାଗର ପୁତ୍ର ସଂସ୍କାର କେନ୍ଦ୍ର ଶିକ୍ଷା ବିକାଶ ସମିତିଙ୍କ ଗଞ୍ଜାମ ବିଭାଗ ନିରୀକ୍ଷକ ସରୋଜ କୁମାର ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଉକ୍ତ ଉଦଘାଟନୀ ଉତ୍ସବରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥୀ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଭାଗ ନିରୀକ୍ଷକ ଶ୍ରୀ ପଟ୍ଟନାୟକ ସଂସ୍କାର କେନ୍ଦ୍ର ର ଉଦ୍ଦେଶ୍ୟ ସଂପର୍କରେ ସ୍ଥାନୀୟ ଅଂଚଳର ଶିଶୁ ଓ ଅଭିଭାବକ ମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ମନୋରଞ୍ଜନ ଦାଶ,ସୁକାନ୍ତ କୁମାର ସାହୁ,ଚତୁର୍ଭୁଜ ତ୍ରିପାଠୀ,ଦୀପକ କୁମାର ଦାଶ,ରଞ୍ଜିତା ପଲାଇ,ପ୍ରଦୀପ ଶତପଥୀଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ । ଉକ୍ତ କେନ୍ଦ୍ର ରେ ପ୍ରତ୍ୟହ ଶିକ୍ଷାଦାନ ସହିତ ସଂସ୍କାର,ସଙ୍ଗୀତ ଓ ମୁଲ୍ୟବୋଧ ଭିତିକ ଶିକ୍ଷାଦାନ ଦିଆଯିବ ବୋଲି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।


