ସାତଦିନରେ ସାତଶହ ବୃକ୍ଷ ଲଗାଇଲା ଏବିପି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ କାର୍ଯ୍ୟ କରି ଆସୁଥିବା ସାମାଜିକ ସଂଗଠନ ଆଞ୍ଚଳିକ ବିକାଶ ପରିଷଦ (ଏବିପି) ବନ ସପ୍ତାହ ଅବସର ରେ ସାତ ଦିନରେ ସାତଶହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ବନ ସପ୍ତାହର ପ୍ରଥମ ଦିବସରେ ନୂଆଗାଁ ମ୍ୟୁନିସ୍‌ପାଲିଟି ରାସ୍ତାକଡ଼ରେ ସଂଗଠନ ପକ୍ଷରୁ ବୃକ୍ଷରୋପଣ କରାଯାଇଥିବା ବେଳେ ପରବର୍ତ୍ତୀ ଦିନମାନଙ୍କରେ ଲିଙ୍ଗିପୁର ପଞ୍ଚାୟତର ଇନ୍ଦିରା ହାଉସିଂବୋର୍ଡ଼ କଲୋନୀ, ନାଥପୁର, ଇଟିପୁର ପଞ୍ଚାୟତର ଜୟପୁର ଏବଂ ଇଟିପୁର ଗ୍ରାମ, ଟିକରପଡ଼ା ପଞ୍ଚାୟତର ଟିକରପଡ଼ା, କଲ୍ୟାଣପୁର ଏବଂ ବସନ୍ତପୁର ଗ୍ରାମର ଶିକ୍ଷାନୁଷ୍ଠାନ ପରିସର, ପଞ୍ଚାୟତ ରୋଡ଼ ଏବଂ ମଠ ଓ ମନ୍ଦିର ପରିସରରେ ବୃକ୍ଷରୋପଣ କରାଯାଇଛି । ଏଥିରେ ଅନୁଷ୍ଠାନର ସଦସ୍ୟମାନଙ୍କ ସହ ସ୍ଥାନୀୟ ଜନସାଧାରଣ ସାମିଲ୍ ହୋଇ ବୃକ୍ଷରୋପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ