ସାତଭଉଣୀ ଠାକୁରାଣୀ ମନ୍ଦିର ଉତ୍ସବ
ପଟ୍ଟାମୁଣ୍ଡାଇ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡିହାପଡା ପଞ୍ଚାୟତ ସାତଭଉଣୀ ଠାକୁରାଣୀ ମନ୍ଦିରର ନବନିର୍ମିତ ଗେଟକୁ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଆନୁଷ୍ଠାନିକ ଭାବେ ଫିତା କାଟି ଉଦ୍ଘାଟନ କରିଥିଲେ । ଏହି ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲାପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା, ପ୍ରଫେସର ବୈଷ୍ଣବ ଚରଣ ସିଂହ, ବିଧାୟକ ପ୍ରତିନିଧି ଶିବ ପ୍ରସାଦ ଭଳ, ଡିହାପଡା ସରପଞ୍ଚ କବିତା ପରିଡା, ସମିତିସଭ୍ୟ ପିତାମ୍ବର ସେନାପତି, ସମାଜସେବୀ ବିଶ୍ୱନାଥ ଧଳ, ଶିକ୍ଷାବିତ ବଳରାମ ଖଣ୍ଡାୟୀ, ନିରାକାର ଲେଙ୍କା ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏଇ ଅବସରରେ ସେକପୁର ଉ.ପ୍ରା ସ୍କୁଲ ଶତବାର୍ଷିକୀ ଓ ସାତଭଉଣୀ ମଇ ସ୍କୁଲର ହୀରକ ଜୟନ୍ତୀ ଉତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଧାୟକ ଶ୍ରୀବେହେରା, ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ସମେତ ସମସ୍ତ ଅତିଥି ଯୋଗ ଦେଇ ଉଭୟ ସ୍କୁଲର ଶତବାର୍ଷିକୀ ଓ ହୀରକ ଜୟନ୍ତୀକୁ ସବୁମତେ ସଫଳ କରିବା ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ ।


