ସାନଜରିଆରେ ଆବାସ ଯୋଜନା ଗୃହ ନିର୍ମାଣ ଶୁଭାରମ୍ଭ କଲେ ବିଧାୟକ
ପଟ୍ଟାମୁଣ୍ଡାଇ – ପଟ୍ଟାମୁଣ୍ଡାଇ ବ୍ଲକରେ ଆବାସ ଯୋଜନାରେ ହିତାଧିକାରୀମାନଙ୍କୁ ଗୃହ ନିର୍ମାଣ ପାଇଁ ପ୍ରଦାନ କରାଯାଇଥିବା କାର୍ଯ୍ୟାଦେଶ ଅନୁଯାୟୀ ଆଜି ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଗୃହ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ଏହି ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷା ଜ୍ୟୋର୍ତିମୟୀ ବେହେରା, ସାନଜରିଆ ସରପଞ୍ଚ ରଶ୍ମିତା ବାରିକ, ଗଙ୍ଗାରାମପୁର ସରପଞ୍ଚ ପ୍ରଫୁଲ୍ଲ ତରାଇ, ବ୍ଲକ ବିଜେଡି ଉପସଭାପତି ଅରକ୍ଷିତ ସାହୁ, ପଞ୍ଚାୟତ ବିଜେଡି ସଭାପତି ଅଜାମ୍ବର ପ୍ରଧାନ, ଯୁବନେତା ଦିଲ୍ଲୀପ ଜେନା ଓ ଗଗନ ପ୍ରସାଦ ବାରିକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ । ବିଧାୟକ ଶ୍ରୀସାହୁ ଏଇ ଅବସରରେ ହିତାଧିକାରୀମାନଙ୍କୁ ଶୁଭେଛା ଜ୍ଞାପନ କରିବା ସହିତ ଠିକଣା ସମୟରେ ଗୃହ ନିର୍ମାଣ ସଂପୂର୍ଣ୍ଣ କରି ସରକାରୀ ପ୍ରୋତ୍ସାହନ ରାଶି ଗ୍ରହଣ କରିବାକୁ ପରାର୍ମଶ ଦେଇଥିଲେ ।


