ସାତଭାୟା ଗର୍ବିତ ପ୍ରଜ୍ଞା ପାରଙ୍ଗମଙ୍କ ପାଇଁ
ରାଜନଗର,(ୱାଏନଏସ):ଓଡିଶା ସିଭିଲ୍ ସର୍ଭିସ୍-2022ର ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି।ସେଥିରେ ୬୮୩ ଜଣ କୃତକାର୍ଯ୍ୟ ହୋଇଥିବା ଵେଳେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଵ୍ଲକ ଵଙ୍ଗୋପ ସାଗର ତଟବର୍ତ୍ତୀ ପଞ୍ଚୁଵରାହୀ ପିଠ ସାତଭାୟା ଗ୍ରାମର ପ୍ରଜ୍ଞା ପାରଙ୍ଗମ ୪ର୍ଥ ସ୍ଥାନ ହାସଲ କରି ସାତଭାୟା ଅଞ୍ଚଳର ଗର୍ବ ଗୌରବ ଆଣି ଦେଇଛନ୍ତି।ପ୍ରଜ୍ଞା ଙ୍କର ଏହି ସଫଳତା ପାଇଁ ପିତା ଆଇନଜୀଵୀ ବଲ୍ଲଭ ସାହୁ,ଗୃହିଣୀ ମା ଲିଲି ସାହୁ ଓ ଭାଇଙ୍କ ସହଯୋଗ ପ୍ରୋତ୍ସାହନର ଶ୍ରେୟ ନେଇଛନ୍ତି।ପ୍ରଜ୍ଞା ଭୂଵନେଶ୍ବର ବିଜେପି ଇଂରାଜୀ ମାଧ୍ୟମ ଵିଦ୍ୟାଳୟରୁ ଦ୍ବାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହେଵା ପରେ ରେଭେନ୍ସା ଵିଶ୍ବଵିଦ୍ୟାଳୟରୁ ପ୍ରାଣୀ ବିଜ୍ଞାନରେ ସ୍ନାତକୋ ଡିଗ୍ରୀ ହାସଲ କରି ଓଏଏସ୍ ପାଇଁ ପ୍ରସ୍ତୁତି ହେଉଥିଲେ।ମା ପଞ୍ଚୁଵରାହୀ ତଥା ମୋର ପିତା ମାତାଙ୍କ ଆଶୀର୍ବାଦ ମୋ ପରିଶ୍ରମର ଫଳ ମୁ ଆଜି ପାଇ ବହୁତ ଖୁସି ଅଛି ଵୋଲି ପ୍ରଜ୍ଞା ପ୍ରକାଶ କରିଛନ୍ତି।ପ୍ରଜ୍ଞାଙ୍କର ଏହି ସଫଳତା ଅଞ୍ଚଳର ଶିକ୍ଷିତ ଯୁବ ପିଡିଙ୍କୁ ଉତ୍ସାହୀତ କରିବ ଵୋଲି ଅଞ୍ଚଳବାସୀ ତଥା ଶିକ୍ଷାବିତ୍ ପ୍ରଫେସର ଧରଣୀଧର ରାଉତ ଶୁଭେଛା ଜଣାଇ ଏପରି ମତ ରଖିଛନ୍ତି।