ସାତ ମାସର ଗର୍ଭବତୀ ମହିଳାଙ୍କୁ ବସଷ୍ଟାଣ୍ଡରେ ଛାଡ଼ି ସ୍ବାମୀ ଚମ୍ପଟ
ନବରଙ୍ଗପୁର,(ୱାଇଏନଏସ):ଜଣେ ସାତ ମାସର ଗର୍ଭବତୀ ମହିଳାଙ୍କୁ ବସଷ୍ଟାଣ୍ଡ ରେ ଛାଡ଼ି ସ୍ବାମୀ କୁଆଡ଼େ ଫେରାର ହୋଇ ଯାଇଥିବା ବେଳେ ସ୍ଵାମୀ ଆସିକି ନେଇଯିବ ବୋଲି ଦୀର୍ଘ ୩୬ ଘଣ୍ଟା ଧରି ଉକ୍ତ ମହିଳା ଉମରକୋଟ ନୁଆ ବସଷ୍ଟାଣ୍ଡ ଠାରେ ଅପେକ୍ଷା କରି ବସିଥିଲେ। ଏହିଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ନୂଆ ବସଷ୍ଟାଣ୍ଡରେ। ଉକ୍ତ ଗର୍ଭବତୀ ମହିଳା ଙ୍କ ନା ହେଲା ଅମିତା ଜାନି, ଘର କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ର ଗୀର୍ଲିଗୁମା ବୋଲି ଜଣାପଡିଛି । ଅନ୍ୟପଟେ ମାନସିକ ସ୍ତର ରେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିବା ଏହି ମହିଳା ଜଣଙ୍କ ସ୍ପଷ୍ଟ ଭାବରେ କିଛି କଥା ହୋଇପାରୁ ନାହାଁନ୍ତି ଏବଂ ଲୋକଙ୍କୁ ଦେଖିଲେ ଭୟ କରୁଛନ୍ତି। ମହିଳା କହିବା ଅନୁଯାୟୀ ସ୍ବାମୀଙ୍କ ନା ଦିନେଶ ଜାନି ହୋଇଥିବା ବେଳେ କିଛି ବର୍ଷ ତଳେ ଦୁହେଁ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତେବେ ସ୍ବାମୀ ଦିନେଶ ଓ ଅମିତା ଗତ କାଲି ସକାଳେ ହାଇଦ୍ରାବାଦ ବସରେ ଉମରକୋଟ ନୁଆ ବସଷ୍ଟାଣ୍ଡ ଠାରେ ଓହ୍ଲାଇ ଥିଲେ। ବସଷ୍ଟାଣ୍ଡ ରେ ପହଞ୍ଚିବା ପରେ ସ୍ବାମୀ ଅମିତା କୁ ଅପେକ୍ଷା କରିବାକୁ କହି ଫେରାର ହୋଇ ଯାଇଛି। ଅମିତା ପାଖରେ କୌଣସି ମୋବାଇଲ ନଥିବା ବେଳେ ଖର୍ଚ୍ଚ କରିବାକୁ ଟଙ୍କା ମଧ୍ୟ ନଥିଲା। କାଲି ଦିନ ଓ ରାତି ତମାମ ନୁଆ ବସଷ୍ଟାଣ୍ଡ ରେ ହିଁ ବିତାଇ ଥିଲେ ଗର୍ଭବତୀ ମହିଳା ଜଣକ। ତେବେ ଖବର ପାଇଁ ଆଜି ଶୋଭା ଏନଜିଓ ର ଜିଲ୍ଲା ସଂଯୋଜିକା ଉମା ଶତନାମୀ ଏବଂ ନବରଙ୍ଗପୁର ସଖୀ ୱାନ ଷ୍ଟପ ସେଣ୍ଟର ରୁ ଜସ୍ନିନ ସିଂ ଉକ୍ତ ମହିଳାଙ୍କୁ ଉଦ୍ଧାର କରିବା ସହ ସାଙ୍ଗରେ ନେଇଯିବା ପାଇଁ ବହୁତ ଅନୁରୋଧ କରିବା ସତ୍ତ୍ୱେ ମହିଳା ରାଜି ହୋଇନଥିଲେ। ନାହାନ୍ତି କାରଣ ମୋ ସ୍ବାମୀ ମୋତେ ଖୋଜିବ କହି ବସ ଷ୍ଟାଣ୍ଡ ରେ ଅପେକ୍ଷା କରିବ ବୋଲି କହିଥିଲେ ମହିଳା ଜଣକ । ଶେଷରେ ବହୁ ବୁଝା ସୁଝା ପରେ ନବରଙ୍ଗପୁର ଯିବାକୁ ରାଜି ହେବାରୁ ତାକୁ ୱାନ ଷ୍ଟପ ସେଣ୍ଟର କୁ ନିଆଯାଇଛି। ସ୍ବାମୀ ର ଘର କେଉଁଠି ବୋଲି ଅମିତା ଠିକ ସେ ନକହି ପାରୁଥିଲେ ମଧ୍ୟ ଯେହେତୁ ଉମରକୋଟ ରେ ଆଣି ଛାଡ଼ି ଦେଇଛି ତେଣୁ ଉମରକୋଟ ଅଞ୍ଚଳ ର ହୋଇଥିବ ବୋଲି ଅନୁମାନ କରାଯାଉଛି।