ସାଧାରଣ ଉଦ୍ୟୋଗୀ ତାଲି କାର୍ଯ୍ୟକ୍ରମ ଉଦ୍ଯାପିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ ଚାଲିଥିବା ସାଧାରଣ ଉଦ୍ୟେଗୀ ତାଲିମ କାର୍ଯ୍ୟକ୍ରମର ଉଦ୍ଯାପନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗତ ୬ଦିନ ଧରି ଚାଲୁ ରହିଥିଲା । ଏଥିରେ ଆର୍.ଉଦୟଗିରି ବ୍ଲକରୁ ମୋଟ ୨୧ ଜଣ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ତାଲିମ ନେଇଥିଲେ । ଅନୁଷ୍ଠିତ ଉଦ୍ଯାପନ ସଭାରେ ପ୍ରଶିକ୍ଷଣ ଅନୁଷ୍ଠାନର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମା ସଭାପତିତ୍ୱ କରିଥିବାବେଳେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ କିଶୋର ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆତ୍ମ ନିର୍ଭର ଶୀଳ ହେବାପାଇଁ ପରାମର୍ଶ ଦେଇଥିଲେ । ଏହାପରେ ନିର୍ଦ୍ଦେଶକ ଓ ମୁଖ୍ୟଅତିଥି ପ୍ରତିଭାଗୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ପ୍ରଧ୍ୟାପକ ଦିଲ୍ଲୀପ କୁମାର ତନ୍ତି ଧନ୍ୟବାଦ ଅର୍ପଣ କରିଥିବାବେଳେ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।