ସାଧାରଣ ନିର୍ବାଚନ ପରିଚାଳନା ନେଇ ସାମ୍ବାଦିକ ସମ୍ମିଳନୀ
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ): ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ସାଧାରଣ ନିର୍ବାଚନ ପରିଚାଳନା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିବା ଜିଲ୍ଲାପାଳ ସୂଚନା ଦେବା ସହ ଆସନ୍ତା କାଲି ୧୧ତାରିଖରେ ୧୨୭ ଛତ୍ରପୁର,୧୩୨ ଗୋପାଳପୁର,୧୩୩ ବ୍ରହ୍ମପୁର, ୧୩୪ ଦିଗପହଣ୍ଡି ଓ ୧୩୫ ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ । ଏହି ସମସ୍ତ ନିର୍ବାଚନ ମଣ୍ଡଳୀର ୧୧୧୭ ବୁଥରେ ୧୧୧୭ ପୋଲିଂ ପାର୍ଟି ପହଂଚି ଯାଇଛନ୍ତି । ଏଥିରେ ୭୩୭୩ ଜଣ ପୁରୁଷ ଓ ୭୦ ଜଣ ମହିଳା ପୋଲିଂ ଅଫିସର ଅଛନ୍ତି । ସମସ୍ତ ୫ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୦୭୨୨୪୨ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବାକୁ ଯାଉଥିବା ବେଳେ ସେମାନଙ୍କ ମଧ୍ୟରେ ୭୯ ଥାର୍ଡ ଜେଣ୍ଡେର ଓ ୨୦୭୭୯ ଜଣ ଦିବ୍ୟାଙ୍ଗ ଥୋଟର ଅଛନ୍ତି । ଦିବ୍ୟାଙ୍ଗଙ୍କୁ ଭୋଟ କେନ୍ଦ୍ରକୁ ନେବା ନିମନ୍ତେ ୬୨୬ଟି ଗାଡି ବ୍ୟବହାର କରାଯାଉଥିବା ବେଳେ ୧୧୧୭ଟି ହ୍ୱିଲଚେୟର ବ୍ୟବହାର କରାଯିବ । ପାଂଚଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ୫ଟି ପିଂକ ବୁଥ ହୋଇଛି ଯେଉଁଥିରେ କେବଳ ମହିଳା ପୋଲିଂ ଅଫିସର ରହିଛନ୍ତି । ସେହି ପିଂକ ବୁଥ ଗୁଡିକ ହେଲା ଛତ୍ରପୁରରଏକ୍ସ ବୋର୍ଡ ପ୍ରାଇମେରୀ ସ୍କୁଲ, ଗୋପାଳପୁରର ରଙ୍ଗେଇଲୁଣ୍ଡା ୟୁପିଏସ, ବ୍ରହ୍ମପୁରର ଆସିକାରୋଡ ସ୍ଥିତ ସରକସରୀ ମୁନିସିପାଲ ଗାର୍ଲସ ହାଇସ୍କୁଲ , ଦିଗପହଣ୍ଡିର ଆଙ୍କୋରଡା ୟୁପିଏସ, ଚିକିଟିର ଜର୍ଜ ପିଏସ ଚିକିଟିଗଢ । ୧୯୮ଟି କ୍ରିଟିକାଲ ବୁଥ ଥିବା ବେଳେ ସେଥିରୁ ୧୦୨ଟିରେ େଓଭକାଷ୍ଟିଙ୍ଗ,୫୧ଟିରେ ସିସିଟିଭି,୩୫ଟିରେ ମାଇକ୍ରୋ ଅବଜରଭର, ୫୭ଟିରେ ଭିଡିଓଗ୍ରାଫି, ୬୦ଟିରେ ଷ୍ଟିଲଫୋଟଗ୍ରାଫି ବ୍ୟବସ୍ଥା କରାଯାଇଛି । ପୋଲିସ ବିଭାଗ ପକ୍ଷରୁ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି । ୫ ପ୍ଳାଟୁନ ସିଏପିଏଫ ଟିମଙ୍କୁ ନିୟୋଜିତ କରାଯାଇଛି । ଏପର୍ଯ୍ୟନ୍ତ ସବୁକାର୍ଯ୍ୟ ଶୃଙ୍ଖଳିତ ଭାବେ ଚାଲିଆସିଥିବା ଜିଲ୍ଲାପାଳ କହିଛନ୍ତି ।


