ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ‘ମୋନା’ର ଜିଲ୍ଲା କମିଟି ବୈଠକ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ ): ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)ର ଜିଲ୍ଲା କମିଟି ବୈଠକ ସଭାପତି ପ୍ରଭାକର ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନିଳିଆବାଗସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଯେଉଁ ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ ଓଡ଼ିଶାକୁ ମଦମୁକ୍ତ କରିବାପାଇଁ ସେମାନଙ୍କ ଇସ୍ତାହାରରେ ଉଲ୍ଲେଖ କରିଛନ୍ତି ସେମାନଙ୍କୁ ଭୋଟ ଦେବାକୁ ଏହି ବୈଠକରେ ଆହ୍ୱାନ ଦିଆଯାଇଛି । ଯେଉଁ ରାଜନୈତିକ ଦଳ ରାଜ୍ୟର ବିକାଶ ଆଳରେ ମଦ ବ୍ୟବସାୟକୁ ପ୍ରୋତ୍ସାହନ ଦେଉଛନ୍ତି ସେମାନଙ୍କ ବିରୁଦ୍ଧରେ ମିଳିତ ଆନ୍ଦୋଳନକୁ ଅଧିକ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲା କମିଟିର ବାର୍ଷିକ ଅଧିବେଶନ ଆସନ୍ତା ମଇ ମାସ ୯ତାରିଖ ଦିନ ବାଲେଶ୍ୱର ସହରରେ ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରକାଶିତ ହେବାକୁଥିବା ବାର୍ଷିକ ମୁଖପତ୍ର ପାଇଁ ଆବଶ୍ୟକୀୟ ଲେଖାଗୁଡ଼ିକ ଚଳିତ ମାସ ୨୫ ତାରିଖ ସୁଦ୍ଧା ‘ମୋନା’ କାର୍ଯ୍ୟାଳୟରେ ପହଞ୍ଚାଇବାକୁ ଲେଖକମାନଙ୍କୁ ଅନୁରୋଧ କରାଯାଇଛି । ବାର୍ଷିକ ସମ୍ମିଳନୀର ସଫଳତା ପାଇଁ ବିଭିନ୍ନ କମିଟି ଗଠନ କରାଯାଇ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି । ସଭାକାର୍ଯ୍ୟ ପ୍ରାରମ୍ଭରେ ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ, ସୁଲେଖକ, ସମାଜସେବୀ ଓ ‘ମୋନା’ର ଆଜୀବନ ସଦସ୍ୟ ପଦ୍ମଚରଣ ଦାଶଙ୍କ ବିୟୋଗରେ ଶୋକପ୍ରକାଶ କରାଯାଇଥିଲା । ଏହି ବୈଠକରେ ସାଧାରଣ ସମ୍ପାଦିକା ମମତା ମହାପାତ୍ର ଆଲୋଚନାର ବିବରଣୀ ଆଗତ କରିଥିବାବେଳେ ଉପଦେଷ୍ଟା ସୁବ୍ରତ କର, ସୀତାନାଥ ଦାସ, ମହମ୍ମଦ ଇସ୍ଲାମ୍, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ପ୍ରତାପ ଚନ୍ଦ୍ର ମହାନ୍ତି, ଡ. କ୍ଷିତିଶ୍ୱର ଦାଶ, ଡ. କେଶବ ଚରଣ ପଣ୍ଡା, କୁମୁଦ ରଞ୍ଜନ ଗିରି, ଗୀତାଞ୍ଜଳି ସିଂହ, ସ୍ୱର୍ଣ୍ଣଲତା ସ୍ୱାଇଁ, ରାଜେନ୍ଦ୍ର ରାଉତ, ସନାତନ ଦାସ, ପୂର୍ଣ୍ଣଚନ୍ଦ୍ର ବେହେରା, ତ୍ରିଦିବ ନାୟକ, କଲ୍ୟାଣୀ ନନ୍ଦ, ରମେଶ ଚନ୍ଦ୍ର ଜେନା, ଯୋଗେଶ ଚନ୍ଦ୍ର ପ୍ରଧାନ, ଶରତ ଚନ୍ଦ୍ର ପଣ୍ଡା, ପିତାମ୍ବର ଭୂୟାଁ, ଅବନ୍ତୀ ପ୍ରଧାନ, ଅକ୍ଷୟ କୁମାର ତ୍ରିପାଠୀ, ଗୌରାଙ୍ଗ ପାଣିଗ୍ରାହୀ, ସଚୀନ୍ଦ୍ର ଦାଶ ଓ ନିରଞ୍ଜନ ପରିଡ଼ା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରଫୁଲ୍ଲ ଚନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ