ସାଧାରଣ ନିର୍ବାଚନ ୨୦୧୯ ପାଇଁ ଅବକାରୀ ଚଢାଉ ୨୦୬ଜଣ ଗିରଫ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ): ସାଧାରଣ ନିର୍ବାଚନ, ୨୦୧୯ ପାଇଁ ବାଲେଶ୍ୱର ଜିଲ୍ଲା ଅବକାରୀ ବିଭାଗ ତରଫରୁ ଆଠ ଗୋଟି ବିଧାନସଭା ମଣ୍ଡଳୀ ପାଇଁ ଅବକାରୀ ସ୍କ୍ୱାଡ ମାଧ୍ୟମରେ ବ୍ୟାପକ ଚଢାଉ କରାଯାଇ ସତର୍କମୂଳକ ପଦକ୍ଷେପମାନ ନିଆଯାଉଅଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ରାଉତଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ ରାଜେନ୍ଦ୍ର ଭୋତ୍ରାଙ୍କ ତତ୍ୱାବଧାନରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ୨୦୬ ଜଣ ବେଆଇନ ଚୋରା ମଦ ବିକ୍ରୟ ଏବଂ ଚୋରା ଚାଲାଣ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଅଛି । ଅଦ୍ୟାବଧି ୮୮୪୫ ଲିଟର ଚୋରାରନ୍ଧା ବେଆଇନ ଦେଶୀ ମଦ, ୯୪ ଲିଟର ବିଦେଶୀ ମଦ, ପଶ୍ଚିମବଙ୍ଗରୁ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ୨୭୩ ଲିଟର ବିୟର, ୩୫.୧୮୦ ଲିଟର ବିୟର, ମଦ ରାନ୍ଧିବାର ପୋଚ ୧୯୫୦ କି.ଗ୍ରା., ୧୧.୪୦୦ ଲିଟର ଦେଶୀ ମଦ, ୧୫୦ ଲିଟର ରେକ୍ଟିଫାଇଡ୍ ସ୍ପିରିଟ୍, ନକଲି ବିଦେଶୀ ମଦ ତିଆରି ପାଇଁ ବ୍ୟବହୃତ ହେଉଥିବା ବିପୁଳ ପରିମାଣର ହୋଲୋଗ୍ରାମ, ଏଡେସିଭ୍ ଲେବଲ, ଟିପି ଇତ୍ୟାଦି ସହିତ ୧୪୨ ଗ୍ରାମ ବ୍ରାଉନ ସୁଗାର ଏବଂ ଏଥିରେ ବ୍ୟବହୃତ ୩ ଗୋଟି ଚାରିଚକିଆ ଯାନ, ୧୨ ଗୋଟି ମଟର ସାଇକେଲ ଏବଂ ଗୋଟିଏ ସାଇକେଲ ଜବତ କରାଯାଇଛି । ଏହିସବୁ ଜବତ ଜିନିଷର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ହେବ । ପ୍ରକାଶଥାଉକି ଗତକାଲି ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଆନ୍ତରାଜ୍ୟ ସୀମା ଉଦୟପୁର, ଦୀଘା, ଚନ୍ଦନେଶ୍ୱର ଏବଂ ଏହାର ଆଖପାଖ ଅଂଚଳରେ ବ୍ୟାପକ ଅବକାରୀ ଚଢାଉ କରାଯାଇ ବିପୁଳ ପରିମାଣର ଶୁଳ୍କ ବିହୀନ ପଶ୍ଚିମବଙ୍ଗର ବିୟର ଏବଂ ବିଦେଶୀ ମଦ ଜବତ କରାଯାଇଛି । ସେହିପରି ସୋର ଓ ଭଦ୍ରକ ସୀମାନ୍ତରେ ଦୁଇଗୋଟି ନକଲି ବିଦେଶୀ ମଦ କାରଖାନା ଠାବ ସହିତ ସନ୍ଦିଗ୍ଧମାନଙ୍କୁ ଗିରଫ କରାଯାଇଅଛି । ଏହି ଚଢାଉରେ ଅବକାରୀ ଉପ-ଅଧୀକ୍ଷକ ଶ୍ରୀ ଅମରେନ୍ଦ୍ର କୁମାର ଜେନା, ସଦର ଅବକାରୀ ନିରୀକ୍ଷକ, ବାଲେଶ୍ୱର ସେଖ ଅସଫ ଅଲ୍ଲୀ, ବାଲେଶ୍ୱର ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ନିରୀକ୍ଷକ ଉଦେଲାଲ ନାୟକ, ଜଳେଶ୍ୱର ଅବକାରୀ ଥାନାର ଉପ-ନିରୀକ୍ଷକ ହରପ୍ରସାଦ ରଣା, ବସ୍ତା ଅବକାରୀ ଥାନାର ଉପ-ନିରୀକ୍ଷକ ଆମ୍ପା ମାରାଣ୍ଡୀ ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ଶ୍ରୀ ଅଭୟ କୁମାର ନାୟକ ଏବଂ ଏ.ପି.ଆର. ଫୋର୍ସ ଏହି ଚଢାଉରେ ସହଯୋଗ କରିଥିଲେ । ଏହି ପ୍ରକାର ଅବକାରୀ ଚଢାଉ ଚଳିତ ସାଧାରଣ ନିର୍ବାଚନ ସରିବା ପର୍ଯ୍ୟନ୍ତ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ