ସାନଖେମୁଣ୍ଡିରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ରାଜ୍ୟ ବିଜେଡି ପକ୍ଷରୁ ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତୀରୁ ନମ୍ଭେମ୍ବର ୧୨ ଜୟ ପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ପାଳିତ ହେଉଥିବା ଜନ ସଂପର୍କ ପଦଯାତ୍ରା ଆଜି ସାନଖେମୁଣ୍ଡି ବିଜେଡି ପକ୍ଷରୁ ଶୁଭାରମ୍ଭ ହୋଇଯାଇଛି । ପାଟପୁର ଗନ୍ଧିଛକ ଠାରୁ ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ନେତୃତ୍ୱରେ ଉଭୟ ଧରାକୋଟ ଏବଂ ସାନଖେମୁଣ୍ଡି ବ୍ଲକ୍ ବିଜେଡି କର୍ମକର୍ତ୍ତାଙ୍କ ସହ ଧରାକୋଟ ସମିତି ଅଧ୍ୟକ୍ଷା ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ,ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚକ ପାତ୍ର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ , ଜିଲ୍ଲାପରିଷଦ ସଭ୍ୟା ମାମାନି ପାତ୍ର , ଅମିନ ପ୍ରଧାନ , ବିଜୟ କୁମାର ପ୍ରଧାନ , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର୍ଷଣ ସ୍ବାଇଁ ସରପଂଚ ଧୋବା ସ୍ବାଇଁ , ସହଦେବ ପ୍ରଧାନ,ମହିଳା ବିଜେଡି ସଭାନେତ୍ରୀ ଶ୍ରୀମତୀ ନର୍ମଦା କୁମାରୀ ପ୍ରଧାନ , ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବିଷୋୟୀ , ପ୍ରମୁଖ ନିର୍ବାଚିତ ଦଜୀୟ ଜନପ୍ରତିନିଧି ଏବଂ ବିଜେଡି କର୍ମୀ ମାନେ ଯୋଗଦାନ କରିଥିଲେ । ପାଟପୁର ଗାନ୍ଧୀଛକ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ସହ ନନ୍ଦିନୀ ଦେବୀ ସମାବେଶକୁ ଉଦବୋଧନ ଦେଇଥିଲେ । ପଦଯାତ୍ରା ସାନଖେମୁଣ୍ଡି ବ୍ଲକ ମୁଖ୍ୟାଳୟ ମହାନଳା ଗ୍ରାମରେ ପଦଯାତ୍ରା ସହ ଗ୍ରାମରେ ପଥପ୍ରାନ୍ତ ସଭାକରି ଗ୍ରାମବାସୀଙ୍କୁ ମୋ ଓଡ଼ିଶା ନବୀନ ଓଡ଼ିଶା ସରକାରଙ୍କ ଲୋକାଭିମୁଖୀ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ସଚେତନତା କରିଥିଲେ । ରାଜ୍ୟ ସରକାରଙ୍କ ଯୋଜନାର ସଫଳ ରୂପାୟନ ଲୋକଙ୍କ ପାଖରେ ପହଞ୍ଚାଇବା ପଦଯାତ୍ରା ର ଉଦ୍ଦେଶ୍ୟ ଏଥିରେ ସମସ୍ତେ ଭାଗିଦାରୀ ହେବା ସହିତ ଓଡ଼ିଶାର ବିକାଶ ଧାରାକୁ ବଜାୟ ରଖିବାକୁ ଜନସାଧାରଣଙ୍କୁ ଆହ୍ଵାନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ