ଏଚ୍‌ଆଇଭି/ଏଡସ୍ ସଚେତନତା ଉପଲକ୍ଷେ ଆନ୍ତଃବିଦ୍ୟାଳୟ କ୍ଷୁଦ୍ର ନାଟକ ପ୍ରତିଯୋଗିତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲା ଏଡସ୍ ନିୟନ୍ତ୍ରଣ ବିଭାଗ, ଖୋର୍ଦ୍ଧା ତରଫରୁ ଛାତଛାତ୍ରୀମାନଙ୍କ ମଧ୍ୟରେ ଏଚ୍‌ଆଇଭି/ଏଡସ୍ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ଦିନ ସ୍ଥାନୀୟ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଏକ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖୋର୍ଦ୍ଧାଜିଲ୍ଲାର ପ୍ରାୟ ୧୦ଟି ବିଦ୍ୟାଳୟ ତରଫରୁ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରଥମ, କିଟ୍ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ଓ ମହର୍ଷି କଲେଜ ଅଫ ନେଚୁରାଲ ଲ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ କେରଙ୍ଗ ମହାବିଦ୍ୟାଳୟକୁ ସ୍ପେଶାଲ ଜୁରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜି.ଏମ୍‌. ଖାନ ଓ ଉପାଧ୍ୟକ୍ଷା ଡ. ମଧୁବ୍ରତା ଶତପଥୀ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଯୁବ ରେଡ଼କ୍ରସର ଜିଲ୍ଲା ଆବାହକ ସମ୍ପାଦିକା ତଥା ଅଧ୍ୟାପିକା ଲେଖା ଦାସ ଏବଂ ସଂଯୋଜକ ଡ. ରେବତୀକାନ୍ତ ମହାରଣା ଏହି ଉତ୍ସବରେ ଉପସ୍ଥିତ ଥିଲେ । ଚନ୍ଦକା ମହାବିଦ୍ୟାଳୟର ଯୁବ ରେଡ଼କ୍ରସ କାଉନସେଲର ଶ୍ରୀ ସୁରେଶ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡିପିଏମ୍ ଶ୍ରୀ ବିଧାନ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ