ସାନଖେମୁଣ୍ଡିରେ ବିଜେପି ବିଜେଡିକୁ ବାହା କରେଇଲେ କଂଗ୍ରେସ ବିଧାୟକ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ରାଜ୍ୟ ରେ ବିଜେଡ଼ି କ୍ଷମତା ରହିଛି କେନ୍ଦ୍ର ରେ ବିଜେପି ଉଭୟ ଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ରଖି ଦୁଇ ଦୁଇ ଥର ଭାଗିଦାରୀ ଶାସନ କଲା ପରେ ପରବର୍ତ୍ତୀ ସମୟରେ ଉଭୟ ବିଜେଡ଼ି ଓ ବିଜେପି ଲିଭ୍ ରିଲେଶନ ରାଜନୀତିରେ ଓଡ଼ିଶାର ବିକାଶ ନାଁରେ ନିଜ ନିଜର ଅବୈଧ କାମ ବାସନାକୁ ଚରିତାର୍ଥ କରୁଥିବା ନେଇ ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ଏହା ମଧ୍ୟ ଅଭିଯୋଗ କରିଛି କି ଉଭୟ ବିଜେପି ବିଜେଡ଼ି ପ୍ରେମିକ ପ୍ରେମିକା ନାଟ କରି ଲୋକ ଲୋଚନରେ ପଡ଼ୁଥିବା ହାସ୍ୟାସ୍ପଦ ବିଷୟ ହୋଇଛି । ରାଜ୍ୟ ରାଜନୀତିରେ ଉଭୟ ପରସ୍ପରକୁ ବିରୋଧ କରୁଥିଲେ ମଧ୍ୟ ଉପରେ କାଳି ଭିତରେ କୋଳା କୋଳି କେନ୍ଦ୍ର ଶାସନାଧୀନ ବିଜେପି କୁ ସବୁ କ୍ଷେତ୍ରରେ ସହଯୋଗ ଏବଂ ବିଲକୁ ବିଜେଡ଼ିର ଆଖିବୁଜା ସମର୍ଥନ ସାଧାରଣ ଲୋକଙ୍କୁ ସନ୍ଧେହ ଘେରରେ ରହିଛି ।ଓଡ଼ିଶାରେ ଉଭୟ ଦଳର କର୍ମୀ ସଂଗଠକ ଏବଂ ରାଜନେତା ରାଜ୍ୟ ଘଟଣାକୁ ନେଇ ସର୍ବଦା ତୁ ତୁ ମେଁ ମେଁ ହେଉଥିଲା ବେଳେ ସାଂପ୍ରତିକ ରାଜ୍ୟସଭା ନିର୍ବାଚନରେ ବିଜେପିର ରାଜ୍ୟସଭା ପ୍ରାର୍ଥୀ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ପୁନରାୟ ବିଜେଡ଼ି ସମର୍ଥନ କରୁଥିବା ଘଟଣା ଉଭୟ ଦଳର ପାରସ୍ପରିକ ପରକୀୟା ପ୍ରୀତିକୁ ନେଇ ସାଧାରଣରେ ଚର୍ଚ୍ଚା ସହ ଏହାକୁ ନେଇ ସମାଲୋଚନା ହେଉଥିବା ଜଣାପଡ଼ିଛି।ଓଡ଼ିଶାରେ ଦୀର୍ଘ ପଚିଶି ବର୍ଷ ଧରି ଶାସନ କରୁଥିବା ବେଳେ ଏହି ଦୁଇ ଦଳର ମଧ୍ୟରେ ଅବୈଧ ସଂପର୍କରେ ସୁଧାର ଆଣି ଏମାନଙ୍କ ସମ୍ପର୍କକୁ ସାମାଜିକ ବୈଧତା ଦେବା ଉଦ୍ଧେଶ୍ୟରେ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଦୁଇ ଦଳକୁ ବିବାହ ବନ୍ଧନରେ ଆବଦ୍ଧ କରାଇ ସାଧାରଣ ଜନତାଙ୍କୁ ଏମାନଙ୍କ ସଂପର୍କ ନେଇ ସଚେତନତା କରୁଥିବା ଦେଖିବାକୁ ମିଳିଛି।ଅଖିଳ ଭାରତ କଂଗ୍ରେସ କମିଟିର ଚୂଡାନ୍ତ ନିଷ୍ପତି କ୍ରମେ ଓଡ଼ିଶା ପିସିସି ପକ୍ଷରୁ ପ୍ରତି ବ୍ଲକ ସ୍ତରରେ ଜନସାଧାରଣଙ୍କ ଠାରେ ବିଜେପି ଓ ବିଜେଡ଼ିର ଏହି ଅବୈଧ ସମ୍ପର୍କକୁ ନେଇ କଂଗ୍ରେସ ସଚେତନତା କରାଇବା ଲକ୍ଷ୍ୟରେ ଉଭୟ ଦଳକୁ ବିବାହ କରାଉଥିବା ଦେଖିବାକୁ ମିଳିଛି । ଆଜି ଏହି କ୍ରମରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗାନ୍ଧୀ ଛକ ଠାରେ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଉଭୟ ବିଜେପି ଏବଂ ବିଜେଡ଼ିର ଶୁଭ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ସାନଖେମୁଣ୍ଡି କଂଗ୍ରେସ ପକ୍ଷରୁ ଆୟୋଜିତଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ଏ ବାବୁଲା ଦୋରାଙ୍କ ପୌରହିତ୍ୟ କରିଥିଲେ ।ଆୟୋଜିତ ଏହି ଶୁଭ ବିବାହ କାର୍ଯ୍ୟକ୍ରମରେ ବ୍ଲକ କଂଗ୍ରେସ କର୍ମୀଙ୍କ ସହିତ ସାନଖେମୁଣ୍ଡି ବିଧାୟକ ତଥା ରାଜ୍ୟ ପ୍ରଚାର୍ କମିଟି ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଜେନା , ରାଜ୍ୟ ଓବିସି ସେଲର ସଭାପତି ଅମୀର କୁମାର ଭୂୟାଙ୍କ ସମେତ ବହୁ ଦଳୀୟ ଜନ ପ୍ରତିନିଧି ଏବଂ କର୍ମୀ ସଂଗଠକ ସମୁହ ଉପସ୍ଥିତ ରହିଥିଲେ । ବିବାହ ଉତ୍ସବରେ ଉଭୟ ବିଜେପି ବର ଓ ବିଜେଡି କନ୍ୟାଙ୍କୁ ସଜାଯାଇ ଉପଯୁକ୍ତ ବେଶଭୂଷାରେ ଯଥାରୀତି ପ୍ରକାରେ ମାଙ୍ଗଳିକ ରୀତିରେ ବିବାହ ଉତ୍ସବର ଆୟୋଜନ ହୋଇଥିଲା । ବରଯାତ୍ରୀ ପଟୁଆର ବାଜା ଡିଜେ ନାଚ ଗାନ୍ଧୀ ଛକରୁ ବାହାରି ସାନଖେମୁଣ୍ଡି ବ୍ଲକ ପରିସର ସହ ମହାନଳା ଗ୍ରାମ ପରିକ୍ରମା କରିଥିଲେ । ଗାନ୍ଧୀ ଛକ ଠାରେ ପୂର୍ବ ପ୍ରସ୍ତୁତ ବିବାହ ବେଦିରେ ଉଭୟଙ୍କ ମଧ୍ୟରେ ବିବାହ କରାଯାଇ ନବ ଦମ୍ପତିଙ୍କୁ ଗାନ୍ଧୀ ପ୍ରତିମୂର୍ତ୍ତି ଚତୁଃପାର୍ଶ୍ଵରେ ପରିକ୍ରମା କରାଇ ଆଶୀର୍ବାଦ ନିଆଯାଇଥିଲା ।


