୪ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା: ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ୧୫ନଂ.ଜୋନ୍ ଅଧିନ ବନ୍ତ, ବସନ୍ତିଆ, ଗଣିଜାଙ୍ଗ ଓ ଛୟାଳସିଂହରେ ଆମ ଓଡିଶା ନବୀନ ଓଡିଶାର ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ସହ ସଂପୃକ୍ତ ପଞ୍ଚାୟତ ଗୁଡିକରେ ବିକାଶ ମୂଳକ କାର୍ଯ୍ୟ ସଂପର୍କରେ ସାଧାରଣଲୋକ ମାନଙ୍କୁ ଅବଗତ କରାଯିବା ସହ ବିକାଶ ମୂଳକ କାର୍ଯ୍ୟ ଗୁଡିକର ପୁସ୍ତିକା ବଣ୍ଟନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ଶିବିରରେ ଅବସରପ୍ରାପ୍ତ ଶିକ୍ଷକ, ସଫଳ ଚାଷୀ, କୃତୀ ଛାତ୍ରଛାତ୍ରୀ, ସାମ୍ବାଦିକଙ୍କ ସମେତ ବହୁ ପ୍ରତିଭାବାନ ବ୍ୟକ୍ତି ଏବଂ ଏମ୍.ବି.କେ, ସିଆରପି, କୃଷକ ସାଥୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏ ପରିପେକ୍ଷୀରେ ଗଣିଜାଙ୍ଗ ପଞ୍ଚାୟତରେ ବରିଷ୍ଠ ନେତା ଜଗନ୍ନାଥ ପାଣିଗ୍ରାହୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶିବିରରେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବିଡିଓ ପ୍ରଦୀପ କୁମାର ସେଠୀ, ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ପୂର୍ବତନ ସରପଞ୍ଚ ରଞ୍ଜନ କୁମାର ସାହୁ, ରାଜ୍ୟ ଛାତ୍ର ବିଜେଡି ଉପ ସଭାପତି ତଥା ଆମ ଓଡିଶା ନବୀନ ଓଡିଶାର ଭଦ୍ରକ ଜିଲା ପର୍ଯ୍ୟବେକ୍ଷକ ଚିନ୍ମୟ ଦାସ, ସମିତି ସଭ୍ୟ ମନୋରଞ୍ଜନ ସେଠୀ, ସରପଞ୍ଚ ରଶ୍ମିତା ସେଠୀ, ବିବିସିସି ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ରତ୍ନାକର ଦାଶ, ନାରାୟଣ ଚନ୍ଦ୍ର ବାରିକ, ଶିକ୍ଷାବିତ୍ ଅଲେଖ ଚନ୍ଦ୍ର ନାୟକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ପଣ୍ଡା ଯୋଗ ଦେଇଥିଲେ । ବନ୍ତ ପଞ୍ଚାୟତରେ ସମିତି ସଭ୍ୟ ପରମେଶ୍ୱର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ଜିଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ, ବିଡିଓ, ବ୍ଲକ ଉପାଧ୍ୟକ୍ଷା, ବ୍ଲକ ବିଜେଡି ସଭାପତି, ରାଜ୍ୟ ଛାତ୍ର ବିଜେଡି ଉପସଭାପତିଙ୍କ ସମେତ ପିଇଓ ବିଭୁଦତ୍ତ ପାତ୍ର, କନିଷ୍ଠ ଯନ୍ତ୍ରୀ ଅମରଜ୍ୟୋତି ଦୀପକ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଏମ୍.ବି.କେ କଳ୍ପନା ପଣ୍ଡାଙ୍କ ସମେତ ପଞ୍ଚାୟତର ସମସ୍ତ ସିଆରପି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବସନ୍ତିଆ ପଞ୍ଚାୟତରେ ସରପଞ୍ଚ ଅଶୋକ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ, ବିଡିଓ, ବ୍ଲକ ଉପାଧ୍ୟକ୍ଷା, ବ୍ଲକ ବିଜେଡି ସଭାପତି, ରାଜ୍ୟ ଛାତ୍ର ବିଜେଡି ଉପସଭାପତିଙ୍କ ସମେତ ପଞ୍ଚାୟତ ବିଜେଡି ସଭାପତି ବସନ୍ତ କୁମାର ବେହେରା, ସମିତି ସଭ୍ୟା ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ, ଯୁବ ନେତା ସ୍ମୃତି ରଂଜନ ସ୍ୱାଇଁ, ସମାଜସେବୀ ନିମାଇଁ ଚରଣ ଜେନା, ପିଇଓ ଅଲେଖ ଚନ୍ଦ୍ର ମଲ୍ଲିକ, ଜିଆରଏସ ରବିନ୍ଦ୍ର ବେହେରା ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିବାର ଦେଖାଯାଇଥିଲା ।


