ସାନଖେମୁଣ୍ଡି ଆଶାକର୍ମୀଙ୍କ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ୭ ଦଫା ଦାବିପତ୍ର ପ୍ରଦାନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଆଶାକର୍ମୀମାନେ ଦୀର୍ଘ ଦିନରୁ ରାଜ୍ୟ ସରକାରଙ୍କୁ ଜଣାଇଥିବା ନ୍ୟାର୍ଯ୍ୟ ଦାବି ପୂରଣ ହୋଇନଥିବାରୁ ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ସାନଖେମୁଣ୍ଡି ଆଶାକର୍ମୀ ତରଫରୁ ଆଶାକର୍ମୀ ସଭାନେତ୍ରୀ ୠନୁ ଦଳାଇଙ୍କ ନେତୃତ୍ୱରେ ସମସ୍ତ ଆଶାକର୍ମୀ ଏକତ୍ରିତ ହୋଇ ଏକ ୭ ଦଫା ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟରେ ଆଡ଼ପଡା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ବାହନ ଦାସଙ୍କୁ ପ୍ରଦାନ କରିଛନ୍ତି l ରାଜ୍ୟ ସରକାର ଦାବି ପୂରଣ ନକରିବା ଯାଏଁ କାର୍ଯ୍ୟ ବନ୍ଦ ରହିବ ବୋଲି ଚେତାବନୀ ଦେଇଛନ୍ତି l ସେମାନଙ୍କ ଦାବିହେଲା ଜାତୀୟ ସ୍ୱାସ୍ଥ୍ୟମିଶନକୁ ସ୍ଥାୟୀ କରାଇବା, ସରକାରୀ ମାନ୍ୟତା ଦେଇ ୧୮୦୦୦ ହଜାର ଟଙ୍କା ଦରମା ପ୍ରଦାନ, ଅବସର ନେଉଥିବା ଆଶାଙ୍କୁ ଏକକାଳୀନ ୫ ଲକ୍ଷ୍ୟ ଟଙ୍କା ସହିତ ମାସକୁ ୫ ହଜାର ଭର୍ତ୍ତା, କାର୍ଯ୍ୟରତ ସମୟରେ ମୃତ୍ୟୁ ବରଣ କରିଲେ ୫ ଲକ୍ଷ୍ୟ ସହାୟତା ରାଶି ସହିତ ପରିବାରର ଜଣଙ୍କୁ କାର୍ଯ୍ୟରେ ନିଯୁକ୍ତି, ଯୋଗ୍ୟତା ଅନୁସାରେ ପଦୋନ୍ନତି, ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶା ଗୃହ, କୋଭିଡ – ୧୯ ରେ ମୃତ୍ୟୁ ବରଣ କରିଥିବା ଆଶାଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ ପିରି ଦାବିପତ୍ର ପ୍ରଦାନ କରିଛନ୍ତି l ଏମାନେ ଯଥାଶୀଘ୍ର କାର୍ଯ୍ୟରେ ଯୋଗ ନଦେଲେ ଅସୁବିଧାର ସମ୍ମୁଖୀନ ହେବେ ଗର୍ଭବତୀ ମହିଳା ଓ ନବଜାତ ଶିଶୁ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ