ଗୌତମୀ ରେ ଇଲେକ୍ଟ୍ରୋ ହୋମିଓ ସ୍ୱାସ୍ଥ୍ୟ ଶିବିର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତ ସରପଞ୍ଚ ଝିଲ୍ଲୀ ରେଡ୍ଡୀ ଓ ସମିତିସଭ୍ୟ ଜନାର୍ଦନ ପଲେଇଙ୍କ ମିଳିତ ଉଦ୍ୟମରେ କଲ୍ୟାଣୀ ମଣ୍ଡପ ରେ ଶୁକ୍ରବାର ଇଲେକ୍ଟ୍ରୋ ହୋମିଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାଯ୍ୟକ୍ରମ ରେ ଆସିକା ସାଂସଦ ପ୍ରତିନିଧି ତଥା ପୂର୍ବତନ ବ୍ଲକ ଅଧକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ରେଡ୍ଡୀ, ନାଏବ ସରପଞ୍ଚ ଭୀମରାଜ ଉପସ୍ଥିତ ଥିବା ବେଳେ ଦିଲ୍ଲୀରୁ ଆସିଥିବା ପ୍ରଫେସର ଡ଼ଃ ବୀରେନ୍ଦ୍ର କୁମାର ସିଂଙ୍କ ନେତୃତ୍ୱରେ ଏକ ଡାକ୍ତର ଟିମ ଡ଼ଃ ଯଶସ୍ୱିନୀ ବ୍ରହ୍ମା, ଡ଼ଃ ସଞ୍ଜୟ କୁମାର ସାହୁ ଓ ଡ଼ଃ ଅମରେଶ୍ୱର ପାଢ଼ୀ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ହୋମିଓ ପାଥିକ ଔଷଧକୁ ଅଧା ମୂଲ୍ୟରେ ଲୋକଙ୍କୁ ଦେଇଥିଲେ l ଏହି ଶିବିରରେ ଶତାଧିକ ମହିଳା, ପୁରୁଷ ଲୋକ ଅଂଶ ଗ୍ରହଣ କରିଛନ୍ତି l ଗୌତମୀ ପଞ୍ଚାୟତର ଏଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ପ୍ରଶଂସା କରୁଛନ୍ତି l


