ସାନଖେମୁଣ୍ଡି ବିଜେଡ଼ିର ବିଜୁଜୟନ୍ତୀ ସମାବେଶ

ସାନଖେମୁଣ୍ଡି(ପଦ୍ମଲୋଚନ ପାଣିଗ୍ରାହୀ):ଓଡିଶାର ସାମଗ୍ରିକ ବିକାଶରେ ପ୍ରବାଦପୁରୁଷ ବିଜୁବାବୁଙ୍କ ଅବଦାନ ଅବିସ୍ମରଣୀୟ!କୃଷି ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ଜଳସେଚନ ସମେତ ଯୁବ ଛାତ୍ର ମହିଳାମାନଙ୍କ ପ୍ରଗତି ପାଇଁ ବିଜୁବାବୁ ସର୍ବଦା ଅମର! ପଞ୍ଚାୟତିରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରି ମହିଳାଙ୍କ ସଂରକ୍ଷଣ ପାଇଁ ସେ ସବୁବେଳେ ମନେରହିବେ ବୋଲି ଆଜି ସାନଖେମୁଣ୍ଡି ବିଜେଡ଼ି ପକ୍ଷରୁ ଆୟୋଜିତ 105 ତମ ବିଜୁଜୟନ୍ତୀ ସମାବେଶରେ ମତବ୍ୟକ୍ତ କରାଯାଇଛି! ଆଡ଼ପଡ଼ା ଠାରେ ଅନୁଷ୍ଠିତ କର୍ମୀସମାବେଶରେ ମୁଖ୍ୟଅତିଥି ଭାବେ ପୂର୍ବତନବିଧାୟିକା ନନ୍ଦିନୀଦେବୀ ଯୋଗଦେଇ ବିଜୁବାବୁଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପ୍ରଦୀପପ୍ରଜ୍ବଳନ କରିବା ସହ ବିଜୁବାବୁଙ୍କ ଆଦର୍ଶରେ କାର୍ଯ୍ୟ କାରି ଲୋକଙ୍କୁ ସମସ୍ତ ସେବାପ୍ରଦାନରେ କର୍ମୀମାନେ ଅଗ୍ରସର ହେବାକୁ ପ୍ରକାଶ କରିଥିଲେ! ସରପଞ୍ଚ ନୀଳମାଧବ ରାଉତଙ୍କ ସଂଯୋଜନା ଓ ଅମିନ ପ୍ରଧାନଙ୍କ ସମ୍ପାଦନା ରେ ସମାବେଶରେ ବ୍ଲକଅଧ୍ୟକ୍ଷା ସଙ୍ଗୀତା ବେହେରା ଉପାଧ୍ୟକ୍ଷ ଗୋବିନ୍ଦ ସ୍ୱାଇଁ ପୂର୍ବତନବ୍ଲକଅଧକ୍ଷ ଅନ୍ତର୍ଯ୍ୟାମୀସ୍ୱାଇଁ ବ୍ଲକ ବିଜେଡ଼ି ସଭାପତି ଧୋବାସ୍ୱାଇଁ ଧରାକୋଟରାଜା ସୁଲକ୍ଷଣା ଗୀତାଞ୍ଜଳି ଧରାକୋଟବ୍ଲକ ଅଧ୍ୟକ୍ଷା ରୁନୁ ଗୌଡ଼ ଉପାଧ୍ୟକ୍ଷ ବଲବନ୍ତ ସିଂ ଯୁବବିଜେଡ଼ିସଭାପତିସନ୍ତୋଷ ବିଷୋୟୀ ଜିଲ୍ଲାପରିଷଦ ସଭ୍ୟଶଙ୍କର୍ଷଣ ସ୍ୱାଇଁ ରାଜ୍ୟପରିଷଦସଭ୍ୟ ଯୋଗେନ୍ଦ୍ର ସ୍ୱାଇଁ ସମିତିସଭ୍ୟ ଇ ମାଧବରାଓ ଦୋରା ଜଗନ୍ନାଥ ପାତ୍ରଙ୍କ ସମେତ ଦଳର ସମସ୍ତ ପଞ୍ଚାୟତ ପ୍ରତିନିଧି ଛାମୁଆ କର୍ମୀ ଯୋଗଦେଇଥିଲେ! ପୂର୍ବତନବିଧାୟିକା ନନ୍ଦିନୀଦେବୀଙ୍କ ନେତୃତ୍ୱରେ ଆଡ଼ପଡ଼ା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଅନ୍ତେବାସୀରୋଗୀଙ୍କୁ ଫଳ ମିଷ୍ଠାନ ବଣ୍ଟନ କରାଯାଇଥିଲା!
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ